Categories: ବାଣିଜ୍ୟ

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ ପାଳିତ ହୋଇଯାଇଛି। ଏପରିକି ଆଇବିଏମ୍‌ ଭୁବନେଶ୍ୱର ଅଧୀନ ଜେଏସ୍‌ଡବ୍ଲ୍ୟୁର ୪ଟି ଖଣି ପରିସରରେ ୨୫ ତମ ଏମ୍‌ଇଏମ୍‌ସି ସପ୍ତାହ ପାଳିତ ହୋଇଯାଇଛି। ବିଶେଷକରି ଜଜାଙ୍ଗ ଲୁହାପଥର ଖଣି, ନୂଆଗାଁ ଲୁହାପଥର ଖଣି, ଗାନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷୀ ଲୁହାପଥର ଖଣି ଆଦିରେ ଏମ୍‌ଇଏମ୍‌ସି ସପ୍ତାହର ଯାଞ୍ଚ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଯାଞ୍ଚ ଟିମ୍‌ ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ। ଉକ୍ତ ଟିମ୍‌ର ସଂଯୋଜକ କେ.ସି.ଜ୍ୟୋତିଷୀ,ଜିଏମ୍‌ (ଜିଓଲୋଜି), ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ (ଜଜାଙ୍ଗ ଏବଂ ନୂଆଗାଁ ଲୁହାପଥର ଖଣି), ଜ୍ଞାନପ୍ରକାଶ ମହାପାତ୍ର,ଡିଜିଏମ୍‌ ଓଏମ୍‌ସି ଲିମିଟେଡ୍‌ (ଗାନୁଆ ଲୁହାପଥର ଖଣି), ନିହାର ରଞ୍ଜନ ମିତ୍ର, ସୁକିନ୍ଦା ଟାଟା ଷ୍ଟିଲ ଲିମିଟେଡ୍‌ର କ୍ରୋମାଇଟ୍‌ ମାଇନ୍ସ ମ୍ୟାନେଜର (ନାରାୟଣପୋଷୀ ଲୁହାପଥର ଖଣି) ପ୍ରମୁଖ ଜେଏସ୍‌ଡବ୍ଲ୍ୟୁ ଖଣିର ମୂଲ୍ୟାଙ୍କନ କରିଥିଲେ। ସେହିଭଳି ଖଣି ପରିସରରେ ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ସର୍ବୋଚ୍ଚ ମୃତ୍ତିକା ପରିଚାଳନା, ପୁନରୁଦ୍ଧାର ଏବଂ ପୁନଃ ଥଇଥାନ, ସବ୍‌-ଗ୍ରେଡ୍‌ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣିଜ ସୁବିଧା ସ୍ଥାପନ ତଥା ବ୍ୟବହାର ଉପରେ ବିସ୍ତୃତ ଆଲୋଚନା ସହ ମୂଲ୍ୟାଙ୍କନ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକଳାପ ଆଧାରରେ କମ୍ପାନୀର ୪ଟି ଖଣିର ମୂଲ୍ୟାଙ୍କନ ବିଶେଷଜ୍ଞମାନେ କରିଥିଲେ। ସେହିପରି ଏମ୍‌ଇଏମ୍‌ସି ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କର୍ମଚାରୀ ଏବଂ ହିତାଧିକାରୀଙ୍କ ପାଇଁ ପାଳନ, ଖଣି ଯାଞ୍ଚ ଏବଂ ପ୍ରତିଯୋଗିତା ଆଦି ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ବିଭିନ୍ନ ପ୍ରକାର ପରିବେଶ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ୍‌, ପୋଷ୍ଟର, ବିତର୍କ ଏବଂ ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅପରପକ୍ଷରେ କମ୍ପାନୀର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏପରିକି ପର୍ଯ୍ୟବେକ୍ଷଣ ସମୟରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବରିଷ୍ଠ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଖଣିରେ ସର୍ବୋତ୍ତମ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

Share