ଜାତିସଂଘରେ ନିର୍ମିତ ହେବ ସ୍ମୃତି ପ୍ରାଚୀର: ଶାନ୍ତି ମିଶନର ସୈନିକମାନଙ୍କ ପାଇଁ ଉତ୍ସର୍ଗ…

ଜେନେଭା,୧୫।୬ : ମିଳିତ ଜାତିସଂଘର ସାଧାରଣ ସଭା ଭାରତ ନେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମୃତି ପ୍ରାଚୀର ନିର୍ମାଣ କରାଯିବ। ଏହି ସ୍ମାରକୀ କାନ୍ଥରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ଅଭିଯାନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ବୁଧବାର ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି, ଯାହାକୁ ୧୯୦ ଦେଶ ସମର୍ଥନ କରିଥିଲେ। ପରେ ମିଳିତ ଜାତିସଂଘ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା।

ମିଳିତ ଜାତିସଂଘ ଏହି ପ୍ରସ୍ତାବକୁ ଗ୍ରହଣ କରି କହିଛି ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ଉପଯୁକ୍ତ ତଥା ପ୍ରତିଷ୍ଠିତ ସ୍ଥାନରେ ମେମୋରିଆଲ ୱାଲ ନିର୍ମାଣ କରାଯିବ। ଶାନ୍ତି ମିଶନ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସୈନିକମାନଙ୍କ ସମ୍ମାନାର୍ଥେ ଏହା ନିର୍ମାଣ କରାଯିବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ମିଳିତ ଜାତିସଂଘ କାହିଁକି ଶାନ୍ତି ଉପରେ ଏତେ ଗୁରୁତ୍ୱ ଦେଉଛି ଏହି ପ୍ରାଚୀର ଏହାର ପ୍ରତୀକ ହେବ। ଏଥି ସହିତ, ଏହା ବିଶ୍ୱକୁ ସେମାନଙ୍କ ନିଷ୍ପତ୍ତି ପାଇଁ ଦେଇଥିବା ମୂଲ୍ୟ ବିଷୟରେ ମନେ ପକାଇବ ।

ବାଂଲାଦେଶ, କାନାଡା, ଚାଇନା, ଡେନମାର୍କ, ଇଜିପ୍ଟ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଜୋର୍ଡାନ, ନେପାଳ, ରୁୱାଣ୍ଡା ଏବଂ ଆମେରିକା ସମେତ ୧୮ ଟି ଦେଶ ଭାରତ ଏହି ପ୍ରସ୍ତାବ ସପକ୍ଷରେ ରହିଛନ୍ତି। ପ୍ରସ୍ତାବରେ କୁହାଯାଇଛି ଏହି ସ୍ମୃତି ପ୍ରାଚୀରର ନିର୍ମାଣ ତିନି ବର୍ଷ ମଧ୍ୟରେ ଶେଷ ହେବ।

ମିଳିତ ଜାତିସଂଘରେ ମେମୋରିଆଲ ୱାଲ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ଏହି ପ୍ରସ୍ତାବକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶକୁ ଧନ୍ୟବାଦ ଦେଇଛନ୍ତି।

 

Share