ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ନୀରିହ ଲୋକଙ୍କ ପାଇଁ ନିର୍ମିତ ସ୍ମୃତିତ୍ସ୍ଥଳକୁ ଭାଙ୍ଗିଦେଲେ

କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଜିଲା ପୋଲିସ ମୁଖ୍ୟାଳୟରେ ନିର୍ମିତ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନୀରିହ ଲୋକଙ୍କ ସ୍ମୃତି ସ୍ଥଳକୁ ଭଙ୍ଗା ଯାଇଛି ା ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ା ଉକ୍ତ ସ୍ଥାନରେ ଗୁଣିଗାରେଡି, ଡାହାଣି ଆଦି କାରଣରୁ ହତ୍ୟା ବା ଆକ୍ରମଣର ଶିକାର ହୋଇଥିବା ନୀରିହ ଲୋକଙ୍କୁ ସମ୍ମାନ ଜଣାଇବା ପାଇଁ ସ୍ମୃତିସ୍ଥଳ ନିର୍ମାଣ କରାଯାଇଥିବାରୁ ଅନେକ ସ୍ବାଗତ କରିଥିଲେ ା ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ା ଏନେଇ ଅତିରିକ୍ତ ଏସପି ବି.ଏନ.ଦେହୁରୀ କହିଛନ୍ତି ଯେ ଏଠାରେ ଘର ନିର୍ମାଣ କରିବା ପାଇଁ ସ୍ମୃତିସ୍ଥଳକୁ ଭାଙ୍ଗି ଦିଆଯାଇଛି ା


ସୂଚନାଯୋଗ୍ୟ, ଏହି ସ୍ମୃତିସ୍ଥଳରେ ଏକ ଗ୍ରାନାଇଟ ପଥରରେ ନିର୍ମିତ ୧୦ଫୁଟରୁ ଉଚ୍ଚ ଏକ ମହିଳାଙ୍କ ମୂର୍ତ୍ତି ରହିଥିଲା। ଏହା ଚାରିପାଖରେ ଡାହାଣି ସନ୍ଦେହରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନାମ ଲେଖାଯାଇ ସେମାନଙ୍କୁ ସମ୍ମାନ ଜଣାଯାଇଥିଲା ା ବିଶ୍ୱର ଏଭଳି ପ୍ରଥମ ସ୍ମୃତି ଯେଉଁଠି ଗୁଣିଗାରେଡି, କେନ୍ଦୁଝର ଜିଲାରେ ଡାହାଣି ଭଳି ଅନ୍ଧବିଶ୍ୱାସ ବିରୋଧରେ ବାର୍ତ୍ତା ଦେବା ପାଇଁ ନିର୍ମାଣ ହୋଇଥିଲା ା