ୟାଦେଁ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁନୀଲ ଦତ୍ତ। ଯେ କୌଣସି ଭୂମିକା ହେଉ, ତାହାକୁ ସୁଚାରୁରୂପେ ତୁଲାଇବାରେ ସେ ଥିଲେ ମାହିର। ୧୯୬୪ରେ ନିର୍ମିତ ହୋଇଥିଲା ଏକ ବର୍ଣ୍ଣନାତ୍ମକ (ନ୍ୟାରେଟିଭ୍‌) ଫିଲ୍ମ ‘ୟାଦେଁ’। ଏଥିରେ ମାତ୍ର ଅଳ୍ପ କଳାକାର ଅଭିନୟ କରିଥିଲେ ଆଉ ମୁଖ୍ୟ ଭୂମିକାରେ ଥିଲେ ସୁନୀଲ । ଏହି ଫିଲ୍ମର ଅବଧି ଥିଲା ମାତ୍ର ୧୧୩ ମିନିଟ୍‌। କମ୍‌ ସଂଖ୍ୟକ କଳାକାରଙ୍କୁ ନେଇ ନିର୍ମିତ ଏହି ସ୍ବଳ୍ପ ଅବଧିବିଶିଷ୍ଟ ଫିଲ୍ମଟିକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡର ଅନ୍ତର୍ଭୁକ୍ତ କରାଯାଇଥିଲା।

Share