ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା ନେଇ ଏମପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ନୂଆ ଷ୍ଟେସନ ଘର, ଟିକେଟ କାଉଣ୍ଟର, ଯାତ୍ରୀ ବିଶ୍ରାମ ଗୃହ ଓ ଅନ୍ୟ ପାରିପାର୍ଶ୍ୱିକ ଉନ୍ନୟନ କାମ ସରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପ୍ରାଥମିକ ପର୍ଯ୍ୟାୟରେ ନୀଳଗିରିରୁ ବାଲେଶ୍ୱର ପର୍ଯ୍ୟନ୍ତ ତିନୋଟି ମେମୁ ଟ୍ରେନ ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଏହି ଟ୍ରେନଟି ପୁରୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।