ସମ୍ବଲପୁର,୮।୧୧: ଓଡ଼ିଶାରେ ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଆଉ ଏକ ଟ୍ରେନ୍। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ଆସିଛି। ସରିଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଧାରଣାରେ ଏକ ଗାଈକୁ ଧକ୍କା ଦେବା ପରେ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ତେବେ ଦୁର୍ଘଟଣାରେ କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।