ବାଲେଶ୍ୱରରୁ ଭୁବନେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ

ବାଲେଶ୍ୱର ଅଫିସ,୭।୧: ବାଲେଶ୍ବର ଷ୍ଟେଶନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ବାଲେଶ୍ବରରୁ ଭୁବନେଶ୍ବରକୁ ଗଡିଛି। ଏଥିରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ସ୍ଥାନୀୟ ବିଧାୟକ ସୌରଭ ଦାସ ମଧ୍ୟ ଉପସ୍ଥିତ ଥିଲେ । ପରେ ନୀଳଗିରି ଗୋପୀନାଥପୁର ରେଳ ଷ୍ଟେଶନରେ ଶିଳାନ୍ୟାସ କରାଯାଇଛି। ଆଉ କିଛି ମାସ ପରେ ନୀଳଗିରି ଗୋପୀନାଥପୁର ଷ୍ଟେଶନରୁ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ଏଥିପାଇଁ ବାଲେଶ୍ବର ଏମ୍‌ପି ପ୍ରତାପ ଷଡଙ୍ଗୀ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ । ୩ ମାସ ମଧ୍ୟରେ ଟ୍ରେନ ଚଳାଚଳ ପାଇଁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏଥିଲାଗି ରେଳ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।

Share