ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିୟମିତ ପାଣି ଯୋଗାଇଦେବା ଦାବିରେ ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକମାନେ ଟ୍ରେନ୍ ଅଟକାଇଥିଲେ। ଏନେଇ ପୂର୍ବରୁ ଖୋର୍ଦ୍ଧା ଡିଆର୍ଏମ୍ ଓ ଭଦ୍ରକ ଷ୍ଟେଶନ ମ୍ୟାନେଜରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଷ୍ଟେଶନ ମ୍ୟାନେଜରଙ୍କ ପ୍ରତିଶ୍ରୁତି ପରେ ଟ୍ରେନ୍ ଗଡ଼ିଥିବା ଜଣାପଡ଼ିଛି।