Categories: ଖେଳ

ପୁରୁଷ ହକି: ଫାଇନାଲରେ ଭାରତ…

ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ ହାର୍ଦ୍ଦିକ ସିଂ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ମନଦୀପ ସିଂ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଲଲିତ ଉପାଧ୍ୟାୟ ତୃତୀୟ ଗୋଲ ସ୍କୋର କରିଥିଲେ। ଚତୁର୍ଥ ଗୋଲ ଅମିତ ରୋହିଦାସ ଏବଂ ପଞ୍ଚମ ଗୋଲ ଅଭିଷେକ ସ୍କୋର କରିଥିଲେ। ଜଙ୍ଗ ମାନଜା କୋରିଆ ପାଇଁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଗୋଲ ସ୍କୋର କରିଥିଲେ।

୨୦୧୪ପରେ ଭାରତ ଫାଇନାଲରେ ପହଞ୍ଚିଛି। ୨୦୧୮ରେ ଭାରତ ସେମିଫାଇନାଲରେ ପରାଜିତ ହୋଇଥିଲା। ତେବେ ଭାରତ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଫାଇନାଲରେ ଭାରତ ଅକ୍ଟୋବର ୬ରେ ଚାଇନା ଅବା ଜାପାନ ସହିତ ଖେଳିପାରେ। ଉନବଂଶ ଏଦିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଗୋଲ ସ୍କୋର କରିଛି।

Share