Posted inଜାତୀୟ

ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଅସୁସ୍ଥ ରହିଥାନ୍ତି। ଲାନ୍‌ସେଟ୍‌ ଜନ ସ୍ବାସ୍ଥ୍ୟ ପତ୍ରିକାରେ ଏସମ୍ପର୍କିତ ଏକ ନୂତନ ଅଧ୍ୟୟନ ପ୍ରକାଶ ପାଇଛି। ‘ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ ଷ୍ଟଡି ୨୦୨୧’ ର ତଥ୍ୟକୁ ବ୍ୟବହାରକରି ଏହି ଅଧ୍ୟୟନ କରାଯାଇଛି। ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ ପୁରୁଷମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଶୀଳନ କରାଯାଇ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଲିଙ୍ଗଗତ ଆଭିମୁଖ୍ୟର ଆବଶ୍ୟକତାକୁ ଲାନ୍‌ସେଟର ଏହି ଅଧ୍ୟୟନ ସୂଚିତ କରୁଛି। ମାଂଶପୋଶୀ ଜନିତ ସମସ୍ୟା, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ମୁଣ୍ଡ ବିନ୍ଧା ଆଦି ରୋଗ ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଥିବା ଏହି ଅଧ୍ୟୟନ କହିଛି। ଯଦିଓ ଏହିସବୁ ରୋଗକୁ ଘାତକ ରୋଗ ଭାବେ ବିବେଚନା କରାଯାଏ ନାହିଁ, ତେବେ ଏହା ବୟସ ବଢ଼ିବା ସହ ମହିଳାମାନଙ୍କର ସ୍ବାସ୍ଥ୍ୟକୁ ଖରାପ କରି ଚାଲିଥାଏ ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି। ପୁରୁଷଙ୍କଠାରୁ ବେଶି ସମୟ ବଞ୍ଚୁଥିବାରୁ ମହିଳାଙ୍କୁ ଅଧିକ ସମୟ ଧରି ଏହିସବୁ ରୋଗ ସହ ବଞ୍ଚିବାକୁ ପଡ଼ିଥାଏ। ସେହିପରି କ୍ୟାନ୍‌ସର, ସଡ଼କ ଦୁର୍ଘଟଣା, ହୃଦ୍‌ରୋଗ, କୋଭିଡ୍‌ -୧୯ ଆଦି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ବେଶି ଦେଖାଦେଇଥାଏ, ଯାହା ପୁରୁଷମାନଙ୍କର ଅକାଳ ମୃତ୍ୟୁର କାରଣ ହୋଇଥାଏ। ଏହିସବୁ ରୋଗ କମ୍‌ ବୟସରୁ ହିଁ ପୁରୁଷଙ୍କୁ ଆକ୍ରାନ୍ତ କରିଥାଏ। ୨୦୨୧ର ତଥ୍ୟ ଅନୁଯାୟୀ କୋଭିଡ୍‌ ମହାମାରୀ ମହିଳାଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ ପୁରୁଷଙ୍କୁ ସଂକ୍ରମଣ କରିଛି। ଏହି ଅଧ୍ୟୟନକୁ ନେଇ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁସନ (ଆଇଏଚ୍‌ଏମ୍‌ଇ)ର ବରିଷ୍ଠ ଗବେଷକ ଡ. ଲୁସିଆ ସୋରିଓ ଫ୍ଲୋର ପ୍ରତିକ୍ରିୟା ରଖିଛନ୍ତି। ବିଭିନ୍ନ ମାରାତ୍ମକ ରୋଗ ଓ ଏହାର ପରିଣାମ ଉପରେ ଲିଙ୍ଗଗତ ପାର୍ଥକ୍ୟର ଗଭୀର ପ୍ରଭାବ ରହିଥିବା ଜଣାପଡ଼ିଛି। ସାମ୍ପ୍ରତିକ ସ୍ଥିତିରେ ଏହିସବୁ ରୋଗର ପ୍ରଭାବରେ ହେଉଥିବା ଅକାଳ ମୃତ୍ୟୁକୁ ହ୍ରାସ କରିବା ସବୁଠାରୁ ବଡ଼ ଆହ୍ବାନ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri