Posted inଖେଳ

ଦୁର୍ଘଟଣା ଘଟାଇ ମେଣ୍ଡିସ୍‌ ଗିରଫ

କଲମ୍ବୋ,୫।୭(ପି.ଟି.): ରାସ୍ତା ଦୁର୍ଘଟଣା ଘଟାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ୍‌ ରବିବାର ପୋଲିସ୍‌ ଦ୍ୱାରା ଗିରଫ ହୋଇଛନ୍ତି। ରାସ୍ତରେ ଚାଲୁଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କ କାର ଦ୍ୱାରା ଧକ୍କା ଖାଇ ପ୍ରାଣ ହରାଇଛନ୍ତି। କଲମ୍ବୋ ସବର୍ବର ପାନାଡୁରାରେ ଏହି ର୍ଦୁ୍‌ଘଟଣା ଘଟିଥିଲା। ମେଣ୍ଡସ୍‌ଙ୍କୁ ରବିବାର ମ୍ୟାଜିଷ୍ଟ୍ରେଟ୍‌ଙ୍କ ସମ୍ନାରେ ହାଜର କରାଯାଇଛି ଓ ଏ ନେଇ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ୍‌ ତରଫରୁ କୁହାଯାଇଛି।
୨୫ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମେଣ୍ଡିସ୍‌ ଶ୍ରୀଲଙ୍କା ତରଫରୁ ପ୍ରତିନିଧିତ୍ୱ କରି ୪୪ଟି ଟେଷ୍ଟ ଖେଳି ୩୭ ହାରରେ ୨,୯୯୫ ରନ ସଂଗ୍ରହ କରିଛନ୍ତି। ସେହିପରି ସେ ୭୬ଟି ଦିନିକିଆ ମ୍ୟାଚ୍‌ ଖେଳି ୮୪.୭ ରନ ହାରରେ ୨,୧୬୭ ରନ ସଂଗ୍ରହ କରିଛନ୍ତି। ୨୬ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ସେ ୧୮.୬ ହାରରେ ୪୮୪ ରନ ସଂଗ୍ରହ କରିଛନ୍ତି। କୋଭିଡ୍‌-୧୯ ମହମାରୀ ପାଇଁ ଲକ୍‌ଡାଲନ ଶେଷ ହେବା ପରେ ମେଣ୍ଡିସ୍‌ ଟ୍ରେନିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ। ଏହି ମହାମାରୀ କାରଣରୁ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ବର୍ତ୍ତମାନ ପାଇଁ ବାତିଲ ହୋଇଛି। ଭାରତର ଶ୍ରୀଲଙ୍କା ଗସ୍ତ ମଧ୍ୟ ଏହି କାରଣରୁ ବାତିଲ ହୋଇଛି। ଉଲ୍ଲେଖଥାଉ କି, ପୂର୍ବତନ ଶ୍ରୀଲଙ୍କା ସ୍ପିନର କୌଶାଲ ଲୋକୁଆରାଚଚି ୨୦୦୩ରେ ଏହି ଭଳି ଦୁର୍ଘଟଣା ଘଟାଇ ୪ ବର୍ଷ ବାସନ୍ଦ ହେବା ଜେଲ୍‌ଦଣ୍ଡ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image