ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର କାର୍ଯ୍ୟ ଅଭିଜ୍ଞତା ଅଛି ।

ସୂଚନା ଅନୁଯାୟୀ, କୋହେନ ୨୦୧୭ ରୁ ଗତ ବର୍ଷ ପର୍ଯ୍ୟନ୍ତ ଉତ୍ତର କାରୋଲିନାରେ ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗର ସଚିବ ଥିଲେ। ଏହାପୂର୍ବରୁ ସେ ଦୁଇଟି ଫେଡେରାଲ ଏଜେନ୍ସିରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚାକିରି କରିଥିଲେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କୋହେନ ଦେଶର ଅନ୍ୟତମ ବରିଷ୍ଠ ଚିକିତ୍ସକ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରୁ ଜଣେ, ତାଙ୍କର ବୃହତ ସଂଗଠନର ଅଗ୍ରଣୀ ଅଭିଜ୍ଞତା ରହିଛି। ଏଥିସହ ଆମେରିକୀୟମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ତାଙ୍କର ଏକ ଟ୍ରାକ ରେକର୍ଡ ଅଛି ।

ସେ ୨୦୧୭ ରେ ଉତ୍ତର କାରୋଲିନାର ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗରେ ଚାକିରି କରିଥିଲେ।

ଏହି ପଦବୀରେ ଥିବାବେଳେ ସେ କରୋନା ମହାମାରୀ ସମୟରେ ଭଲ କାମ କରିଥିଲେ। ଲୋକଙ୍କ ମଧ୍ୟରେ ତାଙ୍କର ଭଲ ଭାବମୂର୍ତ୍ତି ଅଛି। ବିଶେଷକରି କୋଭିଡ ମହାମାରୀର ମୁକାବିଲା ପାଇଁ ଦିଆଯାଇଥିବା ପରାମର୍ଶ ଲାଗି ଲୋକମାନେ କୋହେନଙ୍କୁ ବହୁତ ପ୍ରଶଂସା କରନ୍ତି ।

କୋହେନ ୫୪ ବର୍ଷିୟ ଡ. ରୋଚେଲ ୱାଲେନସ୍କିଙ୍କ ସ୍ଥାନ ନେବେ। ଡକ୍ଟର ରୋଚେଲ ଗତ ମାସରେ ଘୋଷଣା କରିଥିଲେ ସେ ୩୦ ଜୁନ ରେ ଇସ୍ତଫା ଦେଇଛନ୍ତି।

Share