Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ

୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଆର୍ଟିଷ୍ଟିକ୍‌ ସୁଇମିଂରେ ପୁରୁଷମାନଙ୍କୁ ଦେଖିବାକୁ ମିଳିବ। ଓ୍ବାଲର୍‌ଡ ଆକ୍ୱାଟିକ୍ସର ଅନୁରୋଧକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଗ୍ରହଣ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି…

କଳାତ୍ମକ ସନ୍ତରଣ ବା ଆର୍ଟିଷ୍ଟିକ୍‌ ସୁଇମିଂ ଏକ ଦ୍ୱିଜାତୀୟ(ହାଇବ୍ରିଡ୍‌) ସନ୍ତରଣ ପଦ୍ଧତି। ଜିମ୍ନାଷ୍ଟିକ୍‌ ଶୈଳୀରେ ଅଙ୍ଗ ଚାଳନା ଏବଂ ଆଙ୍ଗିକ ନୃତ୍ୟ(ବାଲେଟ୍‌) ପଦ୍ଧତିକୁ ନେଇ ଏହି କ୍ରୀଡ଼ା ସମୃଦ୍ଧ। ସୁଇମିଂ ପୁଲ୍‌ର ୯ ଫୁଟ୍‌ ଗଭୀର ଜଳସ୍ତର ହେଉଛି ସନ୍ତରଣ କଳା ପ୍ରଦର୍ଶନ ସ୍ଥଳୀ। ପାର୍ଶ୍ୱ ସଙ୍ଗୀତ ଅନୁସାରେ ମହିଳାମାନଙ୍କ ଶରୀରର ସର୍ବାଙ୍ଗ ସମକାଳୀନ ମୁଦ୍ରାରେ ପରିଚାଳିତ ହୋଇଥାଏ। ୮ ଜଣିଆ ମହିଳା ଦଳ ସନ୍ତରଣ କଳା ପ୍ରଦର୍ଶନ କରୁଥିଲାବେଳେ ପାର୍ଶ୍ୱ ସଙ୍ଗୀତକୁ ଅନୁସରଣ କରନ୍ତି। ଜଣେ ସୁଇମରଙ୍କ ଏକକ ଆର୍ଟିଷ୍ଟିକ୍‌ ସୁଇମିଂ ମଧ୍ୟ ଆକର୍ଷଣୀୟ। ପ୍ରତିଯୋଗୀମାନଙ୍କୁ ବୈଷୟିକ ଉତ୍କର୍ଷ, ଅଙ୍ଗଚାଳନା ଶୈଳୀରେ ସମାନତା, ସମକାଳ ରକ୍ଷା, ସୃଜନଶୀଳତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନରେ ନଜର ଦେବାକୁ ପଡ଼େ। ୧୯୮୪ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍‌ ଗେମ୍ସରେ ମହିଳା ଆର୍ଟିଷ୍ଟିକ୍‌ ସୁଇମିଂ ପଦାର୍ପଣ କରିଥିଲା। ସେଥର ଆମେରିକା ଓ କାନାଡ଼ା ମହିଳାମାନେ ଶ୍ରେଷ୍ଠତ୍ୱ ହାସଲ କରିଥିଲେ। ସେତେବେଳେ ଏହି ଇଭେଣ୍ଟର ନାମ ଥିଲା ‘ସିଙ୍କ୍ରୋନାଇଜ୍‌ଡ ସୁଇମିଂ’। ୨୦୧୭ ମସିହାରେ ଏହାକୁ ଆର୍ଟିଷ୍ଟିକ୍‌ ସୁଇମିଂ ନାମକରଣ କରାଯାଇଥିଲା। ମହିଳା ପ୍ରତିଯୋଗୀଙ୍କୁ ସୁଇମିଂ ପୁଲ୍‌ର ନିମ୍ନଭାଗକୁ ଯାଇ ୨ ଗୋଡ଼କୁ ଜଳସ୍ତର ବାହାରକୁ ଆଣି ଊର୍ଦ୍ଧ୍ୱମୁଖୀ ରଖିବାକୁ ପଡ଼େ। ସନ୍ତରଣ କଳାର ଏଇଭଳି କ୍ଷଣିକ ପ୍ରଦର୍ଶନ ଦର୍ଶକଙ୍କୁ ଆମୋଦିତ କରେ। ମହିଳାମାନଙ୍କୁ ନିଜ ମୁଣ୍ଡବାଳ ଶୁଖିଲା ରଖିବା ଲାଗି ନକ୍ସ ଜିଲାଟିନ୍‌(ଏକପ୍ରକାର ଅଠାଳିଆ ମିଶ୍ରଣ) ଲଗାଇବାକୁ ପଡ଼େ। ସେହିପରି ନାକପୁଡ଼ାରେ ପାଣି ପ୍ରବେଶକୁ ରୋକିବା ଲାଗି ଏକ ନୋଜ୍‌ କ୍ଲିପ୍‌ ଆବଶ୍ୟକ ପଡ଼େ। ତେବେ ପୁରୁଷ ସଂସ୍କରଣ ଆରମ୍ଭ କରିବା ଲାଗି ୱାର୍ଲ୍‌ଡ ଆକ୍ୱାଟିକ୍ସ ଏବଂ ଆଇଓସି ବା ଅନ୍ତର୍ଜାତୀୟ ଅଲିମ୍ପିକ୍‌ ପରିଷଦ ମିଳିତ ଉଦ୍ୟମ କରିଥିଲେ। ଏହା ସଫଳ ହୋଇଥିବାରୁ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷମାନେ ଆର୍ଟିଷ୍ଟିକ୍‌ ସନ୍ତରଣ ପ୍ରଦର୍ଶନକରି ମହିଳାମାନଙ୍କ ସମକକ୍ଷ ହେବେ।
୨୦୧୫ରୁ ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ ପ୍ରଚଳିତ ଅଛି। ଏହାର ଉଦ୍‌ଘାଟନୀ ପ୍ରତିଯୋଗିତାରେ ଆମେରିକାର ବିଲ୍‌ ମେ ଯୁଗଳ ଆଙ୍ଗିକ ନୃତ୍ୟ(ଡୁଏଟ୍‌) ବୈଷୟିକ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ୍‌ ହୋଇଥିଲେ। ବିଲ୍‌ଙ୍କ ମତରେ ଅଲିମ୍ପିକ୍‌ ସନ୍ତରଣରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ ସାମିଲ ହେବା ଏକ ବଡ଼ ସଫଳତା। ଅଲିମ୍ପିକ୍‌ ଗେମ୍ସରେ ମହିଳା କଳାତ୍ମକ ସନ୍ତରଣ ଦର୍ଶକମାନଙ୍କର ପ୍ରିୟ। ଇଭେଣ୍ଟଟି କଳା ପ୍ରଦର୍ଶନ ପାଇଁ ଉତ୍ସର୍ଗ ଥିବାରୁ ଅଲିମ୍ପିକ୍ସ ଗଳାର ହାର ଭାବେ ଏହା ପରିଚିତ। ୨୦୧୭ ଓ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ର ଆର୍ଟିଷ୍ଟିକ୍‌ ଶୃଙ୍ଖଳାରେ ଇଟାଲୀର ଜିଓର୍ଜିଅ ମିନିସିନି ଯୁଗଳ ଡୁଏଟ୍‌ ଟେକ୍ନିକାଲ ଇଭେଣ୍ଟରେ ଚାମ୍ପିୟନଶିପ୍‌ ଆଖ୍ୟା ଅର୍ଜନ କରିଥିଲେ। ସେ ଆଇଓସି ଏବଂ ୱାର୍ଲଡ୍‌ ଆକ୍ୱାଟିକ୍ସର ନିଷ୍ପତ୍ତିକୁ ମାଇଲଖୁଣ୍ଟ ରୂପେ ବର୍ଣ୍ଣନା କରିଛନ୍ତି। ତେବେ ନିର୍ଦ୍ଦିଷ୍ଟଭାବେ କଳାତ୍ମକ ସନ୍ତରଣରେ ମହିଳାମାନେ ଶ୍ରେଷ୍ଠ। ଏହାର କାରଣ ହେଉଛି ମହିଳା ଶରୀର ଗଠନରେ ଭିନ୍ନତା। ମହିଳାମାନଙ୍କର ଶରୀର ଗଠନ ନମନୀୟ। ଶରୀରର ସଞ୍ଚାଳନା କ୍ଷମତା ମହିଳାଙ୍କଠାରେ ଅଧିକ। ଏଣୁ ଅଲିମ୍ପିକ୍‌ ଆର୍ଟିଷ୍ଟିକ୍‌ ସୁଇମିଂ ସେମାନଙ୍କ ଭାଗରେ ରହିବା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ। ୧୮୯୦ମସିହା ବେଳକୁ ୟୁରୋପ ମହାଦେଶରେ ସିଙ୍କ୍ରୋନାଇଇଜ୍‌ଡ୍‌ ସୁଇମିଂ କ୍ଲବ୍‌ ସକ୍ରିୟ ଥିଲା। ଜର୍ମାନୀ ରାଜଧାନୀ ବର୍ଲିନ୍‌ଠାରେ ବିଶ୍ୱର ପ୍ରଥମ ସିଙ୍କ୍ରୋନାଇଜ୍‌ଡ ସୁଇମିଂ ପ୍ରତିଯୋଗିତା ହୋଇଥିବା ବିବରଣୀରୁ ଜଣାପଡ଼େ। ୨୦୦୦ ମସିହା ଏଥେନ୍ସ ଅଲିମ୍ପିକ୍ସ ଡାଇଭିଂ ବିଭାଗରେ ନୂଆ ସିଙ୍କ୍ରୋନାଇଜ୍‌ଡ ଡାଇଭିଂ ସାମିଲ ହୋଇଥିଲା। ପୁରୁଷ ଖେଳାଳିଙ୍କ ଦାବିର ଯଥାର୍ଥତାକୁ ଆଇଓସି ଗ୍ରହଣ କରିଛି। ୨୦୨୪ ଜୁଲାଇ ୨୬ରୁ ଜୁଲାଇ ୧୧ ଯାଏ ପ୍ୟାରିସ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଏଥିପାଇଁ ୧୦ଟି ପୁରୁଷ ଦଳ ଯୋଗ୍ୟ ବିବେଚିତ ହେବେ। ପ୍ରତ୍ୟେକ ଦଳରେ୨ଜଣ ଲେଖାଏ ପ୍ରତିଯୋଗୀ ରହିବେ।

ରମେଶ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri