Advertisement

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର ସ୍ଥିତ କିଟ୍‌ ବିଶବିଦ୍ୟାଳୟଠାରେ ଚଳିତ ମାସ ୧୬ ଠାରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଦଳରେ ବିଷମ କଟକ ମା’ ମାର୍କାମା ଯୁକ୍ତ ୩ କଲେଜ ର ରମେଶ ହିକାକା,କୃଷ୍ଣ ଟିଆକା,ଦିଲୀପ ବେହେରା,ରୋହିତ ଡାକୁଆ, ବ୍ରହ୍ମପୁର ସିଟି କଲେଜର ରାକେଶ କୁମାର ସାହୁ ବ୍ରହ୍ମପୁର ବିଶବିଦ୍ୟାଳୟ ପିଜି ବିଭାଗର ସନ୍ଦୀପ ଦାସ, ସାର୍ଥକ ଦର୍ଶନ ଜାଲି, ନିର୍ମଳ ପ୍ରଧାନ, କରନ କୁମାର ପ୍ରଧାନ,ଅଜିତ କୁମାର ଦାସ, ବ୍ରହ୍ମପୁର ଇମ୍ପିରିଆଲ କଲେଜର ଜେ.ହେମନ୍ତ, ଚିନଗା ସାଇ କିରନ ଦଳରେ ରହିଛନ୍ତ।
ସେହିପରି ଏଥିରେ ମେନେଜର ଭାବେ ପୋଲସରା ସାଇନ୍ସ କଲେଜର କ୍ରୀଡା ଶିକ୍ଷକ( ପିଇଟି) ଦୀପକ କୁମାର ସ୍ବାଇଁ, କୋଚ ଭାବେ ବ୍ରହ୍ମପୁରର ବିକାଶ କୁମାର ସାମଲ ଦଳରେ ଗସ୍ତ କରିଛନ୍ତି । ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼.ସାରଦା ପ୍ରସାଦ ସାହୁ, ରାଜେଶ କୁମାର ମହାନ୍ତି, ପ୍ରଶାନ୍ତ କୁମାର ରଥ,ସୁରେଶ ଚନ୍ଦ୍ର ପାଢି, ରବି ଚରଣ ମିଶ୍ର, ପ୍ରଦୀପ କୁମାର ନାୟକ ପ୍ରମୁଖ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share