ପେଣ୍ଡାଲର ନାଁ ‘ଋତୁବତୀ’

କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ ଅଛୁଆଁ ଭାବରେ ବିବେଚନା କରାଯାଏ। ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଥା ରହିଥାଏ। ଯାହାକୁ ବିଂଶ ଶତାଦ୍ଦୀର ଆଧୁନିକ ମଣିଷ ବି ଖୁବ୍‌ ରୀତିନୀତରେ ପାଳନ କରେ। ତେବେ ଏପରି କୁପ୍ରଥାରୁ ପରଦା ଉଠାଇବା ପାଇଁ କୋଲକାତାର ପଥୁରିଘାଟା ପଞ୍ଚେର ପାଲୀରେ ଏକ ଆକର୍ଷଣୀୟ ମେଢ ପ୍ରସ୍ତୁତ ହୋଇଛି।

ଏହି ମଣ୍ଡପ ଓ ମେଢ ପ୍ରସ୍ତୁତ କରିବା ପାଇଁ ୩ମାସ ସମୟ ଲାଗିଥିବାବେଳେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପେଣ୍ଡାଲର ନାଁ ରହିଛି ‘ଋତୁବତୀ’।

Share