Advertisement
Categories: ଫୁରସତ

ବ୍ୟୁଟି ପାଇଁ ମେନ୍‌ଷ୍ଟୁରାଲ୍‌ ମାସ୍କିଂ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଟ୍ରେଣ୍ଡ ଚାଲିଥିବା ଦେଖିବାକୁ ମିଳେ। ବର୍ତ୍ତମାନ ସୋସିଆଲ ମିଡିଆରେ ମେନ୍‌ଷ୍ଟୁରାଲ୍‌ ମାସ୍କିଂ ଭଳି ହାସଟ୍ୟାଗର ଟ୍ରେଣ୍ଡ ଦେଖିବାକୁ ମିଳିଛି। ଏଥିରେ ୧୧ ଲକ୍ଷ ଲୋକ ସାମିଲ ହୋଇଥିବା ଜଣାପଡିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ରିପୋର୍ଟ ମୁତାବକ, ଟ୍ରେଣ୍ଡ ଅନୁସାରେ ମହିଳାଙ୍କ ଋତୁସ୍ରାବ ସମୟରେ ନିର୍ଗତ ହେଉଥିବା ରକ୍ତକୁ ମହିଳା ମୁହଁରେ ଫେସ୍‌ ମାସ୍କ ଭାବେ ବ୍ୟବହାର କରୁଛନ୍ତି।

ଯାହାକି ମୁହଁର ବ୍ୟୁଟି ପାଇଁ ଏକ ବିକଳ୍ପ। ଏଥିରେ ଜରୁରୀ ପୋଷକତତ୍ତ୍ୱ ରହିଛି। ଏପରି କିଛି ଇନ୍‌ଫ୍ଲୁଏନ୍‌ସରଙ୍କ କଥାରେ ବିଶ୍ୱାସ କରି ଅନେକ ମହିଳା ଏପରି କରୁଥିବା ଦେଖିବାକୁ ମିଳିଛି। ତେବେ ଏଥିରେ ଜଣେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନ ଥିବା କହିଛନ୍ତି। ଏପରି କରିବା କ୍ଷତିକାରକ ହୋଇପାରେ ବୋଲି ଅନେକ ଡାକ୍ତର ମତ ରଖିଛନ୍ତି। ହେଲ୍‌ଥ ରିପୋର୍ଟ ଅନୁସାରେ, ଋତୁସ୍ରାବଜନିତ ରକ୍ତରେ ଅନେକ ସେଲ୍ୟୁଲାର ଡେବ୍ରିସ୍‌, ୟୁଟେରାଇନ ଟିସୁ, ବ୍ୟାକ୍ଟେରିଆ ରହୁଛି, ଯାହାକି ତ୍ୱଚା ପାଇଁ ହାନିକାରକ ପ୍ରମାଣିତ ହୋଇପାରେ। ଯଦି ତ୍ୱଚାର ଯତ୍ନ ନେବାର ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଜଣେ ଡାକ୍ତର କହିଛନ୍ତି।

Share