Categories: ଜାତୀୟ

ଋତୁସ୍ରାବ ଅକ୍ଷମତା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ, ୧୩।୧୨: ଅନେକ ଦିନ ଧରି ମହିଳା ମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ନାଁ କହିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ”ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସାହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକ ନାହିଁ।”

ଦେଶର ଋତୁସ୍ରାବ ସ୍ୱଚ୍ଛତା ନୀତି ଉପରେ ଆରଜେଡି ନେତା ମନୋଜ କୁମାର ଝା’ଙ୍କ ପ୍ରଶ୍ନର ଉତ୍ତରରେ ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି। ସେ କହିହଛନ୍ତି, “ଋତୁସ୍ରାବ ଏକ ଋତୁ ଚକ୍ର ଅଟେ ଏକ ଅକ୍ଷମତା ନୁହେଁ, ଏହା ମହିଳାଙ୍କ ଜୀବନ ଯାତ୍ରାର ଏକ ପ୍ରାକୃତିକ ଅଂଶ… ଆମେ ଏପରି ପ୍ରସ୍ତାବ ଦେବା ଉଚିତ୍ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ କାରଣ କେବଳ ଋତୁସ୍ରାବ ନ କରୁଥିବା ବ୍ୟକ୍ତିଙ୍କର ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଏଥି ପ୍ରତି ରହିଛି। “

Share