Categories: ଜାତୀୟ

ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନାକୁ କ୍ରୁରତା ଭାବେ ବିବେଚନା କରାଯିବ, ହାଇକୋର୍ଟ…

ଚେନ୍ନାଇ, ୨।୨ : ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯାହା ଦାମ୍ପତ୍ୟ ଜୀବନରେ ଗୁରୁତର ସ୍ଥିତି ସୃଷ୍ଟି କରିଥାଏ। ତେଣୁ ଭାରତୀୟ ଦଣ୍ଡ ସଂହିତା ଧାରା ୪୯୮(କ) ଏହାକୁ କ୍ରୁରତା ଭାବେ ବିବେଚନା କରାଯିବ।

ଜଷ୍ଟିସ ଡି. ଭରତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ଆଚରଣ କ୍ରୁରତା ଅଟେ କି ନାହିଁ ତାହା ସ୍ଥିର କରିବାବେଳେ କୋର୍ଟର ମାମଲାର ସତ୍ୟତା ଏବଂ ପରିସ୍ଥିତି ଉପରେ ଦୃଷ୍ଟି ଦେବାକୁ ପଡିବ। ଅଭିଯୁକ୍ତ ସ୍ବାମୀଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପରବର୍ତ୍ତୀ ଜୀବନରେ ବନ୍ଧନରେ ଆବଦ୍ଧ ହେବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସ୍ବାମୀଙ୍କ ସମ୍ପର୍କ ସ୍ତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଛି।

କେ.ବି ପ୍ରକାଶ ବାବୁ ବନାମ କର୍ଣ୍ଣାଟକ ରାଜ୍ୟ ମାମଲାର ବିଚାର ଉପରେ କୋର୍ଟ କହିଛନ୍ତି, ଉପସ୍ଥାପନ ହୋଇଥିବା ପିଡବ୍ଲ୍ୟୁ-୧ ପିଡବ୍ଲ୍ୟୁ-୭ ଏବଂ ପିଡବ୍ଲ୍ୟୁ-୮ର ସାକ୍ଷ୍ୟ ପ୍ରମାଣ ଉପରେ ନିର୍ଭର କରି ଏଭଳି କହିଛନ୍ତି।

ଏହା ସହିତ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଛନ୍ତି। ଏହା ସହିତ ସ୍ବାମୀଙ୍କ ପକ୍ଷରୁ ସ୍ତ୍ରୀ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଛନ୍ତି।

Share