Posted inଫୁରସତ

‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’

ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶି ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ଉତ୍ତମ ମାନସିକ ସ୍ବାସ୍ଥ୍ୟ ମଣିଷର କେତେକ ବିଶେଷ ଗୁଣର ସମାହାର। ସେଗୁଡ଼ିକ ହେଲା ଜୀବନରେ ପରିବର୍ତ୍ତନକୁ ବିନା ଭୟରେ ସାମ୍ନା କରିବା, ଅନ୍ୟକୁ ଭଲ ପାଇବା ଓ ଅନ୍ୟମାନଙ୍କ ଭଲ ପାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିବା, ହାରିଯିବାର ଚିନ୍ତାରେ ସବୁବେଳେ ବ୍ୟସ୍ତ ନ ରହି ସବୁ କାମରେ ଉଦ୍ୟମ କରିବାର କ୍ଷମତା ରଖିବା, ସମାଜରେ ନିଜର ସ୍ଥିତି, ପାରିପାର୍ଶ୍ୱ ଓ ବାସ୍ତବତା ସମ୍ପର୍କରେ ଆବଶ୍ୟକ ଜ୍ଞାନ ରଖିବା, ନିଜ ଭୁଲ୍‌ ବୁଝିବାର ସତ୍‌ସାହସ ରଖିବା, ବନ୍ଧୁ ଓ ପଡ଼ୋଶୀମାନଙ୍କ ସହ ସାବଲୀଳ ସମ୍ପର୍କ ରଖିବା ଏବଂ ନିଜର ସିଦ୍ଧାନ୍ତ ନିଜେ ନେଇପାରିବାର କ୍ଷମତା ରଖିବା ଇତ୍ୟାଦି ।
ସ୍ବାସ୍ଥ୍ୟ ସଙ୍ଗଠନର ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି, ସାରା ବିଶ୍ୱରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଭାରତବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛ। ଆମ ଦେଶରେ ପ୍ରାୟ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଅଧିକାଂଶ ମାନସିକ ସମସ୍ୟା ୨୦ବର୍ଷ ବୟସ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ମାତ୍ର ବିଡ଼ମ୍ବନାର କଥା ଯେ ଭାରତରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତରଙ୍କର ଘୋର ଅଭାବ ରହିଛି। ଆମ ଦେଶ ଲୋକମାନଙ୍କ ମଧ୍ୟରେ ଦେଖାଯାଉଥିବା ପ୍ରମୁଖ ମାନସିକ ରୋଗଗୁଡ଼ିକ ହେଲା ଅବସାଦ, ସ୍କିଜୋଫ୍ରେନିଆ, ଆଙ୍ଗ୍‌ଜାଇଟି ଓ ବାଇପୋଲାର ରୋଗ ଆଦି। ଏଥିମଧ୍ୟରୁ ଅବସାଦ ରୋଗ ସର୍ବାଧିକ ମାତ୍ରାରେ ଦେଖାଯାଇଥାଏ। କିନ୍ତୁ ସ୍କିଜୋଫ୍ରେନିଆ ରୋଗ ସବୁଠାରୁ ଗୁରୁତର ମାନସିକ ରୋଗ। ଏହିସବୁ ମାନସିକ ରୋଗ ଯୋଗୁ ବର୍ତ୍ତମାନ ଆତ୍ମହତ୍ୟାର ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି।
ରୋଗଗୁଡ଼ିକ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ୍‌ ଧାରଣା ରହିଛି। ଲୋକମାନେ ଭାବନ୍ତି ମାନସିକ ରୋଗର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହା କେବେ ଭଲ ହୋଇପାରିବ ନାହିଁ। ଅନ୍ୟ କେତେକେ ଭାବନ୍ତି, ମାନସିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ସେବନକଲେ ଏହା ଉପରେ ନିର୍ଭରଶୀଳତା ବଢ଼ିଯାଏ। ଏଗୁଡ଼ିକୁ ସାରା ଜୀବନ ଖାଇବାକୁ ପଡ଼େ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାତ୍ର ଏ ସବୁ ଭୁଲ୍‌ ଧାରଣା।
ସମସ୍ତ ମାନସିକ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥି ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶକରି ଚିକିତ୍ସା କରିବା ଜରୁରୀ। କେତେକ ନିର୍ବ୍ଦିଷ୍ଟ ମାନସିକ ରୋଗ ଛଡ଼ା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡ଼େ ନାହିଁ।
ଅବସ୍ଥାରେ ଲୋକେ ମାନସିକ ରୋଗଗୁଡ଼ିକର ଲକ୍ଷଣକୁ ଚିହ୍ନିବାରେ ସାଧାରଣତଃ ବିଳମ୍ବ କରିଥାଆନ୍ତି। କେତେଜଣ ଲୋକ ମାନସିକ ସମସ୍ୟାଗୁଡ଼ିକୁ କୌଣସି ରୋଗର ଲକ୍ଷଣ ବୋଲି ନ ମାନି, ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଯୋଗୁ ରୋଗୀକୁ ଗୁଣିଆ ପାଖକୁ ନେଇ ଅଯଥା ସମୟ ନଷ୍ଟ କରାଯାଇଥାଏ। ଏସବୁ ଦ୍ୱାରା ରୋଗର ପ୍ରକୋପ ବଢ଼େ ଓ ଡେରିରେ ଚିକିତ୍ସା ଆରମ୍ଭକଲେ ବେଶି ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ କିମ୍ବା ରୋଗ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବା ସମ୍ଭାବନା କମି ଯାଇଥାଏ। ବିଭିନ୍ନ ମାନସିକ ସମସ୍ୟାର ଚିକିତ୍ସା ନିମନ୍ତେ ଉବ୍ଦିଷ୍ଟ ଔଷଧର ଏକ ନିର୍ବ୍ଦିଷ୍ଟ କୋର୍ସ ରହି ଥାଏ, ଯାହା କି ସାଧାରଣତଃ ରୋଗର ତୀବ୍ରତା ଉପରେ ନିର୍ଭର କରିଥାଏ। ଏହି କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ଦେଖାଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିଦେଲେ ରୋଗ ପୁନର୍ବାର ଦେଖାଯିବା ଆଶଙ୍କା ରହିଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଏ ଗୁଡ଼ିକର କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଆମ ସମାଜରେ ଲୋକମାନଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ବିଭିନ୍ନ ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ପ୍ରକ୍ରିୟା ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ।
ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧୦କୁ ‘ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ହେଉଛି ‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’ (Mental Health is a Universal Human Right)। ଏହି ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ହେଲା ବିଭିନ୍ନ ମାନସିକ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟିକରିବା। କୌଣସି ମାନସିକ ରୋଗର ଲକ୍ଷଣ ଦେଖାଦେଲେ ତାକୁ ଆଦୌ ଅବହେଳା କରନ୍ତୁ ନାହିଁ। ବିନା ସଙ୍କୋଚରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଓ ଉଚିତ ଚିକିତ୍ସା ଗ୍ରହଣ କରନ୍ତୁ।
-ଡା. ସତ୍ୟକାମ ମହାପାତ୍ର ,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା...

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ...

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି...

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ...

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri