Categories: ଜାତୀୟ

ମା’ଙ୍କୁ ଡମବେଲରେ ଛେଚି ଛେଚି ମାରିଲେ

ହାଇଦ୍ରାବାଦ,୨୫।୧: ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମବେଲରେ ମାଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି। ଏଭଳି ଘଟଣା ତେଲାଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର ଅଞ୍ଚଳରେ ସୋମବାର ଘଟିଛି।

ରାତି ୨ଟାରେ ଓ୍ବାର୍କ ଆଉଟ୍‌ କରିବାକୁ କୋଣ୍ଡା ସୁଧିର କୁମାର (୨୪)ଙ୍କୁ ରୋକିଥିଲେ ମା’ କୋଣ୍ଡା ପାପାମା। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଡମବେଲରେ ଆକ୍ରମଣ କରିଥିଲେ। ରୋକିବାକୁ ଉଦ୍ୟମ କରିବାରୁ ଭଉଣୀ ସୁଚିତ୍ରାଙ୍କୁ ମଧ୍ୟ ଛାଡ଼ି ନ ଥିଲେ ହତ୍ୟାକାରୀ। ବର୍ତ୍ତମାନ ସୁଚିତ୍ରାଙ୍କ ଜୀବନ ପ୍ରତି ବିପଦ ନାହଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗ୍ରାଜୁଏଶନ ଶେଷ କରିବା ପରେ ସୁଧିର ଫୁଡ୍‌ ଡେଲିଭରୀ ବୟ ଭାବେ କାମ କରୁଥିଲେ। କିନ୍ତୁ ବର୍ଷେ ତଳେ ଚାକିରି ଛାଡ଼ି ମା’ ଓ ଭଉଣୀଙ୍କ ସହ ଘରେ ରହୁଥିଲେ। ତଦନ୍ତ ବେଳେ ସୁଧିର ମାନସିକ ସ୍ଥରରେ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share