Categories: ବାଣିଜ୍ୟ

ବଜାରରେ ମର୍ସିଡିଜ୍‌-ବେଞ୍ଜ୍‌ର ନୂଆ ଜିଏଲ୍‌ସି

ଭୁବନେଶ୍ୱର,୧୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ (ଲକ୍‌ଜୁରି) କାର୍‌ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମିଡ୍‌-ସାଇଜ୍‌ ଏସ୍‌ୟୁଭି ‘ଜିଏଲ୍‌ସି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟି ଆଣ୍ଡ ଟି ମୋଟର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସନ୍ତୋଷ ଆୟର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟି ଆଣ୍ଡ ଟି ମୋଟର୍ସର ଅଧ୍ୟକ୍ଷ ବିଦୁର ତଲ୍‌ୱାରଙ୍କ ସମେତ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆୟର କହିଛନ୍ତି,ଆମେ ଆମର ବେଷ୍ଟ୍‌-ସେଲିଂ ଏସ୍‌ୟୁଭି,ବହୁ ପ୍ରତୀକ୍ଷିତ ନୂଆ ଜିଏଲ୍‌ସିର ଉନ୍ମୋଚନ କରିଛୁ। ଏପରିକି ଆମେ ଜିଏଲ୍‌ସି ପାଇଁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରୁଛୁ ଏବଂ ଜିଏଲ୍‌ସିର ବଜାର ସଫଳତାକୁ ନେଇ ନିଶ୍ଚିତ ରହିଛୁ। ବିଶେଷକରି ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆର ଏସ୍‌ୟୁଭି ପୋର୍ଟଫୋଲିଓକୁ ଏହା ଆହୁରି ସୁଦୃଢ କରିବ; ଯେଉଁଥିରେ ଜିଏଲ୍‌ଏ,ଜିଏଲ୍‌ସି,ଜିଏଲ୍‌ଇ,ଜିଏଲ୍‌ଏସ୍‌, ଜିଏଲ୍‌ଏସ୍‌ ମେବ୍ୟାକ୍‌ ଓ ଜି-କ୍ଲାସ୍‌ ଆଦି ସାମିଲ ରହିଛି। ଅନେକ ଉନ୍ନତ ଫିଚରକୁ ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ, ନୂତନ ପିଢ଼ିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହ ନୂଆ ଜିଏଲ୍‌ସି ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି। ସେହିଭଳି ନୂଆ ଜିଏଲ୍‌ସି ଏକ ସେକେଣ୍ଡ-ଜେନେରେଶନ ଇଣ୍ଟିଗ୍ରେଟେଡ୍‌ ଷ୍ଟାର୍ଟର ଜେନେରେଟର (ଆଇଏସ୍‌ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍‌ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍‌ ୪-ସିଲିଣ୍ଡର ଇଞ୍ଜିନ ସହ ଆସୁଛି। ଉନ୍ନତ ମନୋରଞ୍ଜନ ଫିଚରଗୁଡିକ ସହିତ ଦ ଡ୍ରାଇଭର ଓ ସେଣ୍ଟ୍ରାଲ ଡିସ୍‌ପ୍ଲେ ରହିଛି। ନୂଆ ଜିଏଲ୍‌ସି ସେକେଣ୍ଡ ଜେନେରେଶନ ୪୮ଭି ଇଣ୍ଟିଗ୍ରେଟେଡ୍‌ ଷ୍ଟାର୍ଟର ଜେନେରେଟର (ଆଇଏସ୍‌ଜି) ରହିଛି। ଉକ୍ତ ମଡେଲରେ ୭ଟି ଏୟାରବ୍ୟାଗ୍‌, ପ୍ରି-ସେଫ୍‌, ବ୍ଲାଇଣ୍ଡ ସ୍ପଟ୍‌-ଆସିଷ୍ଟ,ଆକ୍ଟିଭ୍‌ ଲେନ୍‌ କିପିଙ୍ଗ୍‌ ଆସିଷ୍ଟ,ଆଟେନ୍‌ସନ ଆସିଷ୍ଟ, ଆକ୍ଟିଭ୍‌ ବ୍ରେକ୍‌ ଆସିଷ୍ଟ ଏବଂ ଆକ୍ଟିଭ୍‌ ପାର୍କିଂ ଆସିଷ୍ଟ ଭଳି ଫିଚର ରହିଛି।

Share