ରାସ୍ତା ମାଡ଼ି ବସୁଛନ୍ତି ବ୍ୟବସାୟୀ

ଯାଜପୁରରୋଡ୍‌,୮ା୯(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାଭାବେ ପରିଚିତ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନକୁ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେହି ଅନୁଯାୟୀ ସହର ମଧ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡ଼ିରଖି ଲୋକେ ସାମଗ୍ରୀ କ୍ରୟ କରୁଛନ୍ତି। ଯଦ୍ଦ୍ବାରା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାସହ ବହୁ ସମୟରେ ଦୁର୍ଘଟଣାମାନ ଘଟୁଛି। ଅନ୍ୟପଟେ ପୌର ପରିଷଦର ରାସ୍ତା କଡ଼ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା ନ ଥିବାରୁ ସେମାନେ ରାସ୍ତା କଡ଼ରେ, ଡ୍ରେନ ଉପରେ ଓ ଠେଲା ଗାଡ଼ିରେ ବ୍ୟବସାୟ କରୁଛନ୍ତି। ଫଳରେ ମନଇଚ୍ଛା ରାସ୍ତାକୁ ମାଡ଼ି ପସରା ମେଲି ବସୁଛନ୍ତି। ହେଲେ ସେମାନଙ୍କ ଉପରେ ପୌର କର୍ତ୍ତୃପକ୍ଷଙ୍କ କୌଣସି ଲଗାମ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସହରର ମୁଖ୍ୟ ଚଳଚଞ୍ଚଳ ଡାକବଙ୍ଗଳା ଛକଠାରୁ ତାରିଣୀ ମାର୍କେଟ ରାସ୍ତାରେ। ଏହି ଛକ ନିକଟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥିତ। ଉକ୍ତ କାର୍ଯ୍ୟାଳୟ ପାଚେରି କଡ଼ରେ ଫଳ ଓ ପରିବା ବ୍ୟବସାୟୀ ସକାଳୁ ରାତି ପର୍ଯ୍ୟନ୍ତ ନିଜର ପସରା ମେଲି ବସିବା ଦ୍ୱାରା ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେଉଛି। ଫଳରେ ଉକ୍ତ ରାସ୍ତାଟି ସଂକୁଚିତ ହୋଇ ପଡୁଛି। ଏହାସହିତ ନିକଟରେ ଥିବା ଗ୍ରୀନ ମାର୍କେଟକୁ ସାମଗ୍ରୀ ନେଇ ଆସୁଥିବା ଭାରିଯାନଗୁଡ଼ିକ ଘଣ୍ଟାଘଣ୍ଟା ଧରି ରାସ୍ତାଉପରେ ରଖିବା ଦ୍ୱାରା ସାଧାରଣ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାରେ ଯାଜପୁରରୋଡ୍‌ ରେଲ୍‌ଓ୍ବେ ମାଲଗୋଦାମରୁ ବହୁ ସମୟରେ ସାମଗ୍ରୀ ନେଇ ଯାଉଥିବା ଭାରିଯାନ ପାଇଁ ସମସ୍ୟା ଅଧିକ ଜଟିଳ ହେବାସହ ବହୁ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଥିବା ନଜିର ରହିଛି। ବିଶେଷକରି ରାସ୍ତାଟି ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡ଼ିଗୁଡିକ ଯିବାଆସିବାରେ ଅସୁବିଧା ହେଉଛି। ଗର୍ଭବତୀ ଓ ଅନ୍ୟ ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବିଳମ୍ବରେ ପହଞ୍ଚତ୍ବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି।
ରାସ୍ତାକଡ଼ ବ୍ୟବସାୟୀଙ୍କଠାରୁ କେତେଜଣ ଅସାଧୁ ପୌର କର୍ମଚାରୀ ନାମକୁ ମାତ୍ର ରସିଦ କାଟି ଅର୍ଥ ଆଦାୟ କରୁଥିବା ବେଳେ ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଡାକବଙ୍ଗଳା ଛକରୁ ତାରିଣୀ ମାର୍କେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱ ରେଲଓ୍ବେର ହୋଇଥିବାରୁ ଉକ୍ତ ରାସ୍ତାକଡ଼ ଉଠା ଦୋକାନୀଙ୍କଠାରୁ ରେଳ ସୁରକ୍ଷା ବଳର କେତେଜଣ କର୍ମଚାରୀ ମାସିକିଆ ବଟି ନେଉଥିବା ଶୁଣିବାକୁ ମିଳୁଛି। ସହରରେ ବିଧିବଦ୍ଧ ଭାବେ କୌଣସି ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ସହରବାସୀ ଦୈନଦିନ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନି ହେଉଛି। ଏଥିପ୍ରତି ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବାକୁ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି। ମାତ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ...

ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ...

ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ...

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା...

ଅତିରିକ୍ତ ନିର୍ବାହୀ ଅଧିକାରୀରୁ ଓଏଏସ୍‌ରେ ବାଜି ମାରିଲେ ପ୍ରତୀକ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଭବାନୀପାଟଣା ଇରିଗେସନ କଲୋନୀ ଲେନ୍‌ ନମ୍ବର-୬ରେ ରହୁଥିବା ପ୍ରତୀକ ରଥ ୩୭୮ ନମ୍ବର ସ୍ଥାନ...

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସୁବିଧା ଅସୁବିଧା ବୁଝିଲେ

ପୁରୀ,୨୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରାଜ୍ୟର ବିଭିନ୍ନ ଜିଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ...

ଲକ୍ଷ୍ମୀପୂଜା ଦେଖି ଫେରୁଥିଲେ: ହାତୀ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ

ସୁନ୍ଦରଗଡ଼,୨୦ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅଧୀନ କନ୍ଦରକେଲା ପଞ୍ଚାୟତ ବାଉଁଶଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ...

ଶାଶୂଘରେ ରହି ପାଇଲି ଓଏଏସ୍‌

ପାଇକମାଳ,୨୦।୧୦(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳର ବୋହୁ ତଥା ନୟନ ମେହେରଙ୍କ ସ୍ତ୍ରୀ ଡଲି ମେହେର ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଶନିବାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri