ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା

ଅନୁଗୋଳ ଅଫିସ, ୨।୨ ଅନୁଗୋଳ ସହରର ବିଭିନ୍ନ ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା। ବିଡ଼ା ବିଡ଼ା ଟଙ୍କା ଧରି ଦୋକାନ ଦୋକାନ ବୁଲୁଥିବା ୪ ଯୁବକ ଲୋନ୍‌ କହି ୫ରୁ ୨୫ ହଜାର ବିନା ଗ୍ୟାରେଣ୍ଟିରେ ଧରାଇ ଦେଉଛନ୍ତି। କେବଳ ଆଧାର କାର୍ଡ ଓ ଫୋନ ନମ୍ବର ଦେଲେ ଟଙ୍କା ଦେବାରେ ଅସୁବିଧା ନାହିଁ ବୋଲି ବ୍ୟବସାୟୀଙ୍କୁ ବୁଝାଯାଉଛି। କେହି ମାଗି ନ ଥିଲେ ମଧ୍ୟ କେଉଁ କାରଣରୁ ଏବଂ କିଏ ଏତେ ଟଙ୍କା ଆଣି ଏପରି ଯାଚିକରି ଲୋନ ଦେଉଛି ସେ ନେଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ଘଟଣାରୁ ଜଣାପଡ଼ିଛି, ସୋମବାର ୪ ଜଣ ଅଜଣା ଯୁବକ ବିପୁଳ ପରିମାଣର ଟଙ୍କା ଧରି ଅନୁଗୋଳ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ବୁଲି ବୁଲି ଦୋକାନୀମାନଙ୍କୁ ଲୋନ ଯାଚିଥିଲେ। ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ଦିଆଯାଉଥିବା କହିଥିଲେ। କେବଳ ଆଧାର କାର୍ଡ ଓ ମୋଇବାଇଲ ନମ୍ବର ଦେଲେ ଟଙ୍କା ପ୍ରଦାନ କରାଯିବ ବୋଲି ବୁଝାଉଥିଲେ। ଦୋକାନୀମାନେ ଫେରସ୍ତ ସମ୍ପର୍କରେ ପଚାରିବାରୁ ଯୁବକମାନେ ସେମାନଙ୍କ ହେଡ୍‌ ଅଫିସ ସମ୍ବଲପୁରରେ ଓ ପ୍ରତ୍ୟକ ସନ୍ଧ୍ୟାରେ ଶହେରୁ ୫ଶହ ପର୍ଯ୍ୟନ୍ତ ଟଙ୍କା କଲେକ୍ସନ୍‌ କରାଯିବ ବୋଲି କହି ଶ୍ରୀ ବିଜୟ ଦୁର୍ଗା ପ୍ରିଣ୍ଟ ହୋଇଥିବା ଏକ ବହି ଧରାଇଦେଇଥିଲେ। ସେମାନଙ୍କ ପକ୍ଷରୁ ପିଲା ଆସି ଦୈନିକ ଟଙ୍କା ନେବା ସହ ବହିରେ ଦସ୍ତଖତ କରିଯିବେ ବୋଲି ଯୁବକମାନେ କହିଥିଲେ। କେତେଜଣ ବ୍ୟବସାୟୀ ଟଙ୍କା ରଖିଥିବାବେଳେ ଆଉ କେତେଜଣ ସନ୍ଦେହ କରି ଫେରାଇ ଦେଇଥିଲେ। ଘଟଣା ସମ୍ପର୍କରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଆମ ନଜରକୁ ଏହା ଆସିନାହିଁ। ଯଦି ଏଭଳି ଟଙ୍କା ଦିଆଯାଉଥିବ, ତେବେ ସେମାନଙ୍କୁ ଧରାଯାଇ କପଚରାଉଚରା କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ

ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି।...

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri