୭ ଡିଗ୍ରୀକୁ ଖସିଲା

ଦାରିଙ୍ଗବାଡି,୨।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି। ଯାହାକି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି।

ଗତ ମଙ୍ଗଳ ଓ ବୁଧବାର ତାପମାତ୍ରା ୮ ଡିଗ୍ରୀ ରହିଥିଲା। ଦାରିଙ୍ଗବାଡିର ୨୫ ପଞ୍ଚାୟତ ସମେତ ସମଗ୍ର ଜିଲାରେ ଏବେ ଅସହ୍ୟ ଶୀତ ଯୋଗୁ ଲୋକେ ପ୍ରଭାବିତ ହେଉଛନ୍ତି। କେବଳ ରାତି ନୁହେଁ ଦିନରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି । କେହଲା ପବନ ଯୋଗୁ ଶୀତ ଦ୍ବିଗୁଣିତ ହୋଇଛି। ଅନ୍ୟପକ୍ଷରେ ପର୍ଯ୍ୟଟକମାନେ ଶୀତର ମଜା ନେବାପାଇଁ ଦାରିଙ୍ଗବାଡି ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଭିଡ଼ ଜମାଉଛନ୍ତି।

Share