ଦାରିଙ୍ଗବାଡିରେ ଖସିଲା ପାରଦ

ଦାରିଙ୍ଗବାଡି,୧୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି। ଯାହାକି ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଗତ ମଙ୍ଗଳବାର ଓ ବୁଧବାର ତାପମାତ୍ରା ୭.୫ଡିଗ୍ରୀ ରହିଥିଲା। ଅସହ୍ୟ ଶୀତ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପର୍ଯ୍ୟଟକମାନେ ଶୀତର ମଜା ନେବାକୁ ଏଠାରେ ଭିଡ଼ ଜମାଉଛନ୍ତି। ସନ୍ଧ୍ୟାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଲୋକେ ନିଆଁ ଚାରିପାଖେ ବସି ରହୁଥିବା ଦେଖାଯାଉଛି ।

Share