ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ ରହିଥିବା ବେଳେ ପ୍ରଶାସନ ରିପୋର୍ଟରୁ ଜଣାପଡ଼ିଛି। ପାଗ ଶୁଖିଲା ଥିବା ବେଳେ ବିଲମ୍ବିତ ରାତି ଠାରୁ ସକାଳ ୮ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଯୋଗୁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଶୀତ କାହା ପାଇଁ କଷ୍ଟ ତ କାହା ପାଇଁ ଖୁସି ଆଣିଛି । ବିଶେଷକରି ରବିବାର ଛୁଟିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼ ଜମାଇଛନ୍ତି।