ଦାରିଙ୍ଗବାଡ଼ିରେ ଖସୁଛି ପାରଦ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଅନଭୁତ ହେଉଛି। ବିଳମ୍ବିତ ରାତିରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଅଞ୍ଚଳରେ ଘନ କୁହୁଡ଼ି ରହୁଛି। ଗତ ୭ ତାରିଖରେ ଅଞ୍ଚଳରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା। ପରେ ଲଘୁଚାପଜନୀତ ବର୍ଷା ଓ ପାଗ କୋହଲା ରହୁଥିବାରୁ ତାପମାତ୍ରା ୧୭ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଥିଲା। ରାତିରେ ସେଭଳି ଶୀତ ଅନୁଭବ ହେଉ ନ ଥିଲା। ରବିବାର ହଠାତ୍‌ ପାରଦ ଖସି ୯ ଡିଗ୍ରୀରେ ପହଞ୍ଚିଛି। ଫଳରେ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଲୋକେ ଶୀତବସ୍ତ୍ର ବିନା ବାହାରକୁ ବାହାରି ପାରୁନହାନ୍ତି।

Share