ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଡିସେମ୍ବରରେ ଆକାଶ ମେଘୁଆ ରହିବା ସହିତ ଲଘୁଚାପ ଜନିତ ବର୍ଷା ଯୋଗୁ ଶୀତର ପ୍ରଭାବ ବିଶେଷ ପରିଲକ୍ଷିତ ହେଉ ନ ଥିଲା । ଜାନୁଆରୀ ପ୍ରଥମ ସପ୍ତାହରୁ କନ୍ଧମାଳ ଶୀତ ଜୋର୍ ଧରିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ନିଆଁ ସାହାରା ହୋଇଥିବା ବେଳେ ସହରାଞ୍ଚଳରେ ସନ୍ଧ୍ୟା ହେଲେ ରାସ୍ତା ଘାଟ ଶୂନ୍ସାନ୍ ହୋଇପଡୁଛି। ଏପରିକି ଦୋକାନ ବଜାର ବନ୍ଦ ରହୁଥିବା ଦେଖିବାକୁ ମିଳିଛଇ। ଅନ୍ୟପକ୍ଷେ ଜିଲାକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଶୀତର ମଜା ନେଉଛନ୍ତି।