ପାରଦ ଉପର ମୁହାଁ, ଗ୍ରୀଷ୍ମଭଳି ତାତି

ଭୁବନେଶ୍ୱର,୯।୧୦: ଶରତରେ ଗ୍ରୀଷ୍ମର ତାତି ଭଳି ଅନୁଭୂତ ହେଉଛି। ପାରଦ ଉପର ମୁହାଁ ରହୁଛି। ବର୍ଷା କମି ଯାଇଥିବାରୁ ଆଶ୍ବୀନ ମାସରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଶରତ ଋତରୁ ଚଳିତ ବର୍ଷର ଗରମ ରେକର୍ଡ ଭାଙ୍ଗିଛି। ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି, ତଥାପି ଗରମ କମୁନି । ଏମିତିକି ଗ୍ରୀଷ୍ମ ଅବଧି ମାଡ଼ି ଆସି ଶରତକୁ ଗ୍ରାସିଲାଣି ।
ସୋମବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ ଥିଲା । ମଙ୍ଗଳବାର ମଧ୍ୟ ସମାନ ଧରଣର ଗରମ ଅନୁଭୂତ ହେଉଛି ।

Share