Categories: ଖେଳ

ମର୍ଡେକା କପ୍‌: ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା

ନୂଆଦିଲ୍ଲୀ,୨୯ା୯: ମଲେସିଆରେ ଅକ୍ଟୋବର ୧୩ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ମର୍ଡେକା କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା କରିଛନ୍ତି। ମର୍ଡେକା କପ୍‌ ୪ ଫୁଟ୍‌ବଲ ଦଳକୁ ନେଇ ହେବ। ଭାରତ ବ୍ୟତୀତ ଅନ୍ୟ ଦଳଗୁଡ଼ିକ ହେଲେ ଆୟୋଜକ ମାଲେସିଆ, ପାଲେଷ୍ଟାଇନ୍‌ ଓ ତାଜିକିସ୍ତାନ।

ଭାରତ ଓ ଆୟୋଜକ ମାଲେସିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିବା ବେଳେ ସେହିଦିନ ପୂର୍ବରୁ ପ୍ରଥମ ସେମିଫାଇନାଲରେ ପାଲେଷ୍ଟାଇନ୍‌ ଓ ତାଜିକ୍‌ସ୍ତାନ ପରସ୍ପରକୁ ଭେଟିବେ। ଅକ୍ଟୋବର ୧୭ରେ ଫାଇନାଲ ଏବଂ ଦୁଇ ଲୁଜିଂ ସେମିଫାଇନାଲିଷ୍ଟ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ। ମାଲେସିଆ ଯିବା ପୂର୍ବରୁ ଟୁର୍ନାମେଣ୍ଟ ପାଇଁ ଚୂଡ଼ାନ୍ତ ୨୩ ଖେଳାଳି ତାଲିକା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଘୋଷଣା କରାଯିବ।

ଖେଳାଳି ତାଲିକା: ଗୋଲ୍‌କିପର-ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, ବିଶାଲ କାଇଥ୍‌ ଓ ଧୀରଜ ସିଂ। ଡିଫେଣ୍ଡର- ନିଖିଳ ପୂଜାରୀ, ରୋଶନ ସିଂ, ସନ୍ଦେଶ ଝିନ୍‌ଗାନ, ଅନଓ୍ବର ଅଲି, ମେହତାବ ସିଂଳ ଲାଲ୍‌ଚୁଙ୍ଗନୁଙ୍ଗା, ଆକାଶ ମିଶ୍ର ଓ ସୁଭାଶିଷ ବୋଷ୍‌। ମିଡ୍‌ଫିଲ୍ଡର- ଜିକନ ସିଂ, ସୁରେଶ ସିଂ, ଅନିରୁଦ୍ଧ ଥାପ୍ପା, ରୋହିତ କୁମାର, ସହାଲ ଅବ୍‌ଦୁଲ ସମଦ, ବ୍ରାଣ୍ଡନ ଫର୍ନାଣ୍ଡିଜଳ ଲାଲଲିଆନଜୁଆଲା, ଚାଙ୍ଗ୍‌ଟେ, ଉଦାନ୍ତ ସିଂ, ବିକ୍ରମ ପ୍ରତାପ ସିଂ, ମହେଶ ସିଂ ନାେଓରେମ୍‌, ଲିଷ୍ଟନ କୋଲାକୋ ଓ ନନ୍ଧାକୁମାର ସେକର।ଫରଓ୍ବାର୍ଡ: ସୁନିଲ ଛେତ୍ରୀ ଓ ମନବୀର ସିଂ।

Share