ଲକ୍ଷ୍ନୌ, ୮ା୬: ଉତ୍ତରପ୍ରଦେଶ ଗୋହତ୍ୟା ପ୍ରତିକାର ଆଇନ ଅନୁଯାୟୀ ରାଜ୍ୟ ଭିତରେ ଗୋରୁ ରଖିବା ଓ ପରିବହନ ଅପରାଧ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଛନ୍ତି। କୁନ୍ଦନ ଯାଦବ ନାମକ ବ୍ୟକ୍ତି ଏକ ଗାଡ଼ିରେ ୬ଟି ଗାଈ ନେଉଥିଲେ। ଗାଈ ଦେହରେ ଆଘାତ ଚିହ୍ନ ନ ଥିଲା। ତଥାପି ଗୋହତ୍ୟା ନିରୋଧ ଆଇନ ଏବଂ ଜୀବେ ନିଷ୍ଠୁରାତ ଆଇନର ବିଭିନ୍ନ ଧାରାରେ ତାଙ୍କୁ ଗିରଫ କରାଯାଇ ୩ ମାସ ହେଲା ଜେଲରେ ରଖାଯାଇଛି। ହାଇକୋର୍ଟ ଯାଦବଙ୍କ ଜାମିନରେ ଯିବା ଲାଗି ଅନୁମତି ଦେବା ବେଳେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।