ଆମେରିକାରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ, ଟ୍ରମ୍ଫ-ବାଇଡେନଙ୍କ ପାଇଁ ଅଗ୍ନି ପରୀକ୍ଷା, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ପଡିପାରେ ପ୍ରଭାବ

ୱାଶିଂଟନ,୮ ।୧୧: ଆମେରିକାରେ ଆଜି ଅର୍ଥାତ୍ ମଙ୍ଗଳବାର ମିଡ-ଟର୍ମ ଇଲେକସନ ବା ମଧ୍ୟବର୍ତ୍ତି କାଳିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଲକ୍ଷ ଲକ୍ଷ ଆମେରିକୀୟ ଏଥିରେ ମତଦାନ କରିବେ । ଏହି ନିର୍ବାଚନ ଉପରେ ଆମେରିକା ସହ ସାରା ବିଶ୍ୱର ନଜର ରହିଛି । ଏହି ମଧ୍ୟବର୍ତ୍ତିକାଳିନ ନିର୍ବାଚନ ଶାସକ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ଫଙ୍କ ପାଇଁ ଅଗ୍ନି ପରକ୍ଷା ସଦୃଶ ହେବ ବୋଲି କୁହାଯାଉଛି । ଏହି ନିର୍ବାଚନର ଫଳାଫଳ ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥିଙ୍କୁ ଚୟନ କରିବ ।

ଆଜିର ନିର୍ବାଚନରେ ଲକ୍ଷ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏହି ନିର୍ବାଚନ ବାଇଡେନଙ୍କ ଲୋକପ୍ରିୟତା ଗ୍ରାଉଣ୍ଡ ଲେଭଲରେ କରିଥିବା କାମର ପରିଣାମ ଭାବେ ଦେଖାଯାଉଛି । ବାଇଡେନ ଯଦି ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି ତେବେ ଏହି ନିର୍ବାଚନ ତାଙ୍କ ପାଇଁ ବେଶ ଗୁରୁତ୍ୱ ରଖେ । ତେବେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି ।

Share