Categories: ବାଣିଜ୍ୟ

‘ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ମେରିଟ୍‌ ସ୍କଲାରଶିପ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷର ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟର ୬ଟି ପ୍ରମୁଖ ସ୍କୁଲର ସମସ୍ତ ସ୍ନାତକ ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନପତ୍ର ମଧ୍ୟ ଗ୍ରହଣ କରାଯାଉଛି। ଅପରପକ୍ଷରେ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟରେ ମଧ୍ୟ ଏ ନେଇ ସମସ୍ତ ସୂଚନା ଉପଲବ୍ଧ ଏବଂ ଅନ୍‌ଲାଇନ ଆବେଦନ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କର ବିଷୟବିସ୍ତୁ ଅନୁଯାୟୀ ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ନାତକ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟତା ମାନଦଣ୍ଡ ୧୦+୨ କିମ୍ବା ସିବିଏସ୍‌ଇ, ଆଇଏସ୍‌ସି, ଆଇବି, କେମ୍ବ୍ରିଜ, ରାଜ୍ୟ ବୋର୍ଡ ଏବଂ ଅନ୍ୟାନ୍ୟ ସରକାରୀ ସ୍ବୀକୃତିପ୍ରାପ୍ତ ବୋର୍ଡଠାରୁ ସମାନ ସମାପ୍ତି ପ୍ରମାଣପତ୍ର ଆବଶ୍ୟକ ରହିଛି, ଆର୍‌ଭି ସ୍କୋଲାଷ୍ଟିକ ଆଡ୍‌ମିସନ ଟେଷ୍ଟ ଏବଂ ଆର୍‌ଭି ବିଶ୍ୱବିଦ୍ୟାଳୟର ଚୟନ ପ୍ରକ୍ରିୟାରେ ଆବେଦନକାରୀଙ୍କ ପ୍ରଦର୍ଶନ ଉପରେ ଚୟନ ମାନଦଣ୍ଡ ଆଧାରିତ ହେବ। ଆର୍‌ଭି ବିଶ୍ୱବିଦ୍ୟାଳୟରେ ସମସ୍ତ ୟୁଜି ଏବଂ ପିଜି କାର୍ଯ୍ୟକ୍ରମ ପାଇଁ ଆର୍‌ଭିଏସ୍‌ଏଟି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା। ଯୋଗ୍ୟ ଛାତ୍ରୀଛାତ୍ରମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ମେରିଟ୍‌ ସ୍କଲାରଶିପ ମଧ୍ୟ ପ୍ରଦାନ କରୁଛି।
ଏ ସମ୍ପର୍କରେ ଆର୍‌ଭି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ୱାଇ.ଏସ୍‌.ଆର୍‌. ମୂର୍ତ୍ତି କହିଛନ୍ତି, ଏଠାରେ ବିଶ୍ୱବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଏବଂ ସୃଜନଶୀଳ ଚିନ୍ତାଧାରା ମାଧ୍ୟମରେ ଛାତ୍ରୀଛାତ୍ରୀମାନଙ୍କୁ ନୂତନ ଜ୍ଞାନ ଆହରଣ କରିବାକୁ ଆମେ ଉସତ୍ାହିତ କରିଥାଉ।

Share