Categories: ଫୁରସତ

ଆର୍ଥିକ ବିକାଶରେ ନୌବାଣିଜ୍ୟ

ଦେଶର ଆର୍ଥିକ ବିକାଶରେ ନୌବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୫ରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ଭାରତରେ ୬୦ତମ ଜାତୀୟ ନୌବାଣିଜ୍ୟ ଦିବସ(ଏନଏମଡି) ପାଳନ କରାଯାଉଛି। ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୀତି ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦବିସର ଲକ୍ଷ୍ୟ। ଏହି ଦିନ ଉତ୍ସବ ପାଳନ ସମୟରେ, ଏନଏମଡି ପୁରସ୍କାର ଅଫ ଏକ୍ସଲେନ୍ସ ସାଧାରଣତଃ ବରିଷ୍ଠ ସ୍ତରରେ ଭାରତୀୟ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଅତୁଳନୀୟ ସଫଳତା ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥାଏ।

୧୯୧୯ ମସିହାରେ, ଏହି ଦିନ ପ୍ରଥମ ଭାରତୀୟ ବାଣିଜି୍ୟକ ଜାହାଜ ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସ୍କିଣ୍ଡିଆ ଷ୍ଟିମ ନାଭିଗେଶନ କମ୍ପାନୀ ଲିମିଟେଡର ଏସଏସ ଲୟାଲିଟି ଜାହାଜ ଏହି ଯାତ୍ରା ଆରମ୍ଭ କରିଥିଲା। ଏହା ମଧ୍ୟ ସର୍ବପ୍ରଥମ ବୃହତ୍ତମ ଶିପିଂ କମ୍ପାନୀ ଥିଲା ଯାହା ସମ୍ପୂର୍ଣ୍ଣ ଭାବେ ଭାରତୀୟଙ୍କ ନିୟନ୍ତ୍ରଣରେ ଥିଲା । ଏହି ସ୍ମୃତି ଉଦ୍ଦେଶ୍ୟରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ ହେଉଛି, ମାରପୋଲ ଆଟ ୫୦ -ଆଓ୍ବାର କମିଟମେଣ୍ଟ ଗୋଜ ଅନ୍‌ । ଏହି ଥିମ ଅନ୍ତର୍ଗତ ଜାହାଜରୁ ପ୍ରଦୂଷଣ ରୋକିବା ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ (ମାରପୋଲ)କୁ ପ୍ରତିଫଳିତ କରୁଛି। ଯାହାକି କାର୍ଯ୍ୟକ୍ଷମ କିମ୍ବା ଦୁର୍ଘଟଣାଜନକ କାରଣରୁ ଜାହାଜ ଦ୍ୱାରା ସାମୁଦ୍ରିକ ପରିବେଶର ପ୍ରଦୂଷଣକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥାଏ।

Share