ଦୁର୍ଦ୍ଦଶାରେ ବୁଡ଼ିଛନ୍ତି ମେସ୍କୋ ଷ୍ଟିଲ୍‌ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୪।୪: ଶିଳ୍ପପ୍ରୀତି ରାଜନୀତି ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ କର୍ମଚାରୀ ଓ ଶ୍ରମିକ ଛଟେଇ ବଢ଼ିିବାରେ ଲାଗିଛି। ଭିଟାମାଟି ହରାଇଥିବା ବିସ୍ଥାପିତମାନେ ଜୀବିକା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ବିସ୍ଥାପିତଙ୍କ ଏଭଳି ଦୁର୍ଦ୍ଦଶା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ୍‌ ଦ୍ୱାରା ହୋଇଛି। ୫୩୦.୬୮ ଏକର ଜମି ହାତେଇ ଗଢ଼ିଉଠିଥିବା ମେସ୍କୋ ଷ୍ଟିଲ କାରଖାନା ଗତ ୩ ବର୍ଷ ହେଲା ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କିମ୍ବା ସରକାରଙ୍କ ପକ୍ଷରୁ ଅଧିଗ୍ରହଣ ପାଇଁ କୌଣସି ଆନ୍ତରିକତା ନ ଥିବା ମନେହେଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ପରିକଳ୍ପନା ନବେ ଦଶକରେ ଆରମ୍ଭ ହୋଇଥିଲା। ଓଡ଼ିଶାରେ ୨ୟ ଇସ୍ପାତ କାରଖାନାର ସ୍ଲୋଗାନ କଳିଙ୍ଗନଗରରେ ଶୁଣିବାକୁ ମିଳିଥିଲା। ଏହା ପ୍ରଭାବରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପ୍ରଥମ ଘରୋଇ ଶିଳ୍ପସଂସ୍ଥା ଭାବେ ମେସ୍କୋ ଷ୍ଟିଲ୍‌ କଳିଙ୍ଗନଗରରେ ପାଦ ଥାପିଥିଲା। ଖଣି ପାଇବା ପାଇଁ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବାଢ଼ିଥିଲେ। ରାଜ୍ୟରେ ମୂଲ୍ୟଯୁକ୍ତ ଶିଳ୍ପ ନୀତି ଘୋଷଣା କରି ବିଜୁବାବୁ ନିଜସ୍ବ କାରଖାନା ନ ଥିଲେ ଖଣି ମିଳିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଘୋଷଣା କରିଥିଲେ। ଖଣି ପାଇବା ଲୋଭରେ ସେ ସମୟରେ ବହୁ ଶିଳ୍ପପତି ଓଡ଼ିଶାକୁ ମୁହଁାଇଥିଲେ। ୨୦ବର୍ଷ ମଧ୍ୟରେ କଳିଙ୍ଗନଗର ଷ୍ଟିଲ ହବ୍‌ ଅତିକମ୍‌ରେ ୨୦ ନିୟୁତ ଟନ୍‌ ଇସ୍ପାତ ଉପତ୍ାଦନ କରିବ ବୋଲି ସରକାର ସେତେବେଳେ ଦୃଢୋକ୍ତି ପ୍ରକାଶ କରିଥିଲେ। ହେଲେ ଗତ ପ୍ରାୟ ୩୦ ବର୍ଷ ମଧ୍ୟରେ ୧୦ ନିୟୁତ ଟନ୍‌ ଇସ୍ପାତ ଉପତ୍ାଦନ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ଥାୟୀ ନିଯୁକ୍ତି ପାଇ ସ୍ଥାନୀୟ ଲୋକଙ୍କ ଅବସ୍ଥାରେ ଉନ୍ନତି ହେବ। ଏହିଭଳି ମନଲୋଭା ପ୍ରତିଶ୍ରୁତି ପାଇ ଜିଲାବାସୀ ଶିଳ୍ପ କାରଖାନାକୁ ସ୍ବାଗତ କରିଥିଲେ। ହେଲେ ମେସ୍କୋ ଷ୍ଟିଲ୍‌ କାରଖାନା ମାଲିକ ଲୋକଙ୍କୁ ଏପରି ଭଣ୍ଡିଲେ ଯେ, ବିସ୍ଥାପିତ ହୋଇ ସେମାନେ ଏବେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ୪୨୮.୧୫ ଏକର ବେସରକାରୀ ଓ ୧୦୨.୫୩ ଏକର ସରକାରୀ ଜମିରେ ଏହି କାରଖାନା ଗଢି ଉଠିଛି। ପ୍ରାଥମିକ ପର୍ଯ୍ୟାୟରେ ୫୩୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ତେବେ କଳିଙ୍ଗନଗରରେ କାରଖାନା ହୋଇଥିବା ଦର୍ଶାଇ ଯୋଡ଼ା ଅଞ୍ଚଳରେ ୨ଟି ଖଣି ହାତେଇ ନେଇଥିଲା। ହେଲେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଖଣି ଦୁର୍ନୀତିରେ ମେସ୍କୋ ଗ୍ରୁପ୍‌ ଫସିବା ପରେ ରାଜ୍ୟ ସରକାର ପ୍ରାୟ ୯୦୦ କୋଟି ଟଙ୍କାର ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜରିମାନା ଦାଖଲ ନ କରି କାରଖାନାକୁ ବନ୍ଦ କରି ଦିଆଯାଇଛି। ସରକାର ମଧ୍ୟ ନୀରବି ଯାଇଛନ୍ତି। ଏହି କାରଖାନାକୁ ସରକାର ଅଧିଗ୍ରହଣ କଲେ ଜୀବିକା ହରାଇଥିବା କର୍ମଚାରୀ ଓ ଶ୍ରମିକମାନେ ଉପକୃତ ହୋଇପାରିବେ ବୋଲି ଦାବି କରାଯାଉଛି। ଗତ ୩ ବର୍ଷ ହେଲା ବିଧାନସଭାରେ କୌଣସି ଜନପ୍ରତିନିଧି ଏନେଇ ମୁହଁ ଖୋଲିଥିବାର ନଜିର ନାହିଁ। ଫଳରେ ନିଯୁକ୍ତି ହରାଇଥିବା କର୍ମଚାରୀ ଓ ଶ୍ରମିକମାନେ ଅସହାୟ ହୋଇ ପଡ଼ିଛନ୍ତି। ମେସ୍କୋ କାରଖାନାର କର୍ମଚାରୀମାନେ ନିଜର ହକ୍‌ ପାଇଁ ଦୀର୍ଘଦିନ ଧରି କାରଖାନା ଫାଟକ ଓ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବା ପରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହେଲେ ବିଡ଼ମ୍ବନା ଯେ, ଶାସକ ଦଳ ସମେତ କୌଣସି ରାଜନୈତିକ ଦଳର ନେତୃବର୍ଗ ଏହି ଅସହାୟ କର୍ମଚାରୀମାନଙ୍କୁ ସହଯୋଗର ହାତ ବଢ଼ାଉ ନାହାନ୍ତି। ଫଳରେ ଆଗାମୀ ନିର୍ବାଚନରେ ଏହାର ଗଭୀର ପ୍ରଭାବ ପଡ଼ିପାରେ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମେସ୍କୋ କର୍ମଚାରୀମାନଙ୍କ ଦାବି ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri