ମାଗଣା କରୋନା ଟେଷ୍ଟ କରିବାକୁ ନେଇ ଆସୁଛି କି ମେସେଜ୍‌.. ହୋଇଯାଆନ୍ତୁ ସାବଧାନ..

ନୂଆଦିଲ୍ଲୀ,୪।୮: ମହାମାରୀ କରୋନା ସଙ୍କଟ ସମୟରେ ବ୍ୟାଙ୍କ ଠକେଇର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଠକମାନେ ଏକ ନୂଆ ଉପାୟ ବାଛିଛନ୍ତି। କରୋନା କାଳରେ ଲୋକମାନଙ୍କ ଚିନ୍ତାକୁ ଦେଖି ସେମାନେ ଜାଲ ବିଛାଉଛନ୍ତି। ଏପରିସ୍ଥିତିରେ, ଯଦି ଆପଣଙ୍କ ପାଖକୁ କୌଣସି ମେସେଜ୍‌ କିମ୍ବା ମେଲ୍‌ ଆସୁଛି, ଯେଉଁଥିରେ ଆପଣଙ୍କର ମାଗଣା କରୋନା ଟେଷ୍ଟ ହେବା ନେଇ କୁହାଯାଉଛି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କ ସ୍ମାର୍ଟଫୋନ୍‌ କିମ୍ପା କମ୍ପ୍ୟୁଟରକୁ ହ୍ୟାକ୍‌ କରି ଠକମାନେ ବ୍ୟାଙ୍କ ଆକାଉଣ୍ଟକୁ ସଫା କରିପାରନ୍ତି।

ଏପରି କରାଯାଉଛି ଠକେଇ: ନିଜ ବିଷୟରେ ସୂଚନା ଦେବା ପାଇଁ ଫୋନ୍‌ ନଚେତ ମେଲ୍‌ ଆସିପାରେ। ଏଥିସହ ମାଗଣାରେ କୋଭିଡ ଟେଷ୍ଟ କରାଯିବା ନେଇ କୁହାଯାଇପାରେ। ଏହାକୁ ସତ ଭାବି ସୂଚନା ପ୍ରଦାନ କରିବା ପରେ , ସ୍ମାର୍ଟଫୋନ୍‌ ନଚେତ କମ୍ପ୍ୟୁଟର ହ୍ୟାକ୍‌ ହୋଇଯିବ। ଏହାପରେ ଆପଣଙ୍କ ଗୋପନୀୟ ତଥ୍ୟ ସହାୟତାରେ ହ୍ୟାକର ଆକାଉଣ୍ଟରୁ ଟଙ୍କା ଉଠାଇବାରେ ସଫଳ ହୋଇପାରେ।

ବ୍ୟାଙ୍କ ପକ୍ଷରୁ ଦିଆଯାଉଛି ସୂଚନା: ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକମାନଙ୍କୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦେଉଛି। ଏବେ ବୈଦେଶିକ ବ୍ୟାଙ୍କମାନେ ମଧ୍ୟ ଗ୍ରାହକଙ୍କୁ ସଚେତନ କରାଉଛନ୍ତି।

Share