Categories: ଫୁରସତ

ହୋର୍ଡିଂରେ ମେସେଜ୍‌

ନୋଏଡ଼ା : ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଭାଇରାଲ ହୋଇଥାଏ। ‘ଆଇ ଆମ୍‌ ସରି ସଞ୍ଜୁ। ଆଇ ୱିଲ୍‌ ନେଭର ଏଭର୍‌ ହର୍ଟ ୟୁ ଏଗେନ୍‌ ୟୋର ସୁସ୍‌’ ଏପରି ଏକ ହୋର୍ଡିଂର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହାକୁ ଗର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡଙ୍କ ପ୍ରେମ ବୋଲି ପ୍ରଚାରିତ କରିବାରେ ଲାଗିଛନ୍ତି। ନୋଏଡା ସେକ୍ଟର ୧୨୫ରେ ଓଖ୍‌ଲା ବାର୍ଡ ସେଞ୍ଚୁରୀ ମେଟ୍ରୋ ଷ୍ଟେଶନ ପାଖରେ ଏକ ହୋର୍ଡିଂରେ ୨ ଶିଶୁଙ୍କ ଫଟୋ ଲଗାଯାଇ କିଛି ମେସେଜ୍‌ ଲେଖାଯାଇଥିବା ଦେଖିବାକୁ ମିଳିଛି। ଅନେକେ ଏହି ହୋର୍ଡିଂକୁ ନେଇ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି। ହେଲେ ଏହା ତଦନ୍ତ ପରେ ଜଣାପଡ଼ିଛି କି, ହୋର୍ଡିଂରେ ଲେଖାଥିବା ଏପରି ମେସେଜ୍‌ ପରିବାରର ହଜିଯାଇଥିବା ୨ ଶିଶୁଙ୍କ ପାଇଁ ଲେଖାଯାଇଛି। ହୋର୍ଡିଂରେ ଉକ୍ତ ୨ ଜଣଙ୍କ ଛୋଟବେଳର ଫଟୋ ଲଗାଯାଇଥିବା ଜାଣିବାକୁ ମିଳିଛି। ତେବେ ଏହି ଫଟୋ ଅତ୍ୟାଧିକ ଭାଇରାଲ ହେବା ପରେ ନୋଏଡ଼ା ପ୍ରାଧିକରଣ ଏହି ହୋର୍ଡିଂକୁ ସେଠାରୁ ହଟାଇଦେଇଛି। ଏପରି ଫଟୋରେ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ଦେଇଥିବା ଦେଖିବାକୁ ମିଳିଛି।

Share