ନୂଆଦିଲ୍ଲୀ: ବିଶାଳ ମୋ ବାହାଘର ଏପ୍ରିଲ ୨୬ରେ ମୋତେ ଭଗେଇ ନେଇ ଯାଅ, ଆଇ ଲଭ୍ ୟୁ। ତୁମ କୁସୁମ। ଏକ ୧୦ ଟଙ୍କିଆ ନୋଟ୍ରେ ଏମିତି କିଛି ଲେଖା ରହିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଲେଖାରୁ ଯାହା ଜଣା ପଡୁଛି। ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି। ଯେଉଁଥିରେ ପ୍ରେମିକା ଜଣକ ତାଙ୍କୁ ଭଗେଇ ନେବା ପାଇଁ ପ୍ରେମିକଙ୍କୁ ଏଥିରେ କହିଛନ୍ତି। ତେବେ ଏହି ଫଟୋ ଏବେ ଟୁଇଟରରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଥିବାବେଳେ ଫଟୋରେ ୟୁଜରମାନେ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି।