Categories: ଖେଳ

ମ୍ୟାଚ୍‌ ମଝିରେ ମେସି ଆହତ

ମିୟାମି ଗାର୍ଡେନ୍ସ, ୧୬ା୭: ରକ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିଲା। ଫଳରେ ମ୍ୟାଚ୍‌ ସମୟରେ ଦୌଡିବାକୁ ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ମ୍ୟାଚ୍‌ର ୬୪ ମିନିଟରେ ଆର୍ଜେଣ୍ଟିନା ଅଧିନାୟକ ମେସି କୌଣସି ଖେଳାଳିଙ୍କ କଣ୍ଟାକ୍ଟରେ ନ ଆସି ମଧ୍ୟ ପଡି ଯାଇଥିଲେ। ଜୋତା ମାଟିରେ ଲାଖିଯାଇଥିବା ବେଳେ ସେ ମୁହଁ ମାଡି ତଳେ ପଡିଥିଲେ। ପରେ ସେ ପଡିଆ ଛାଡି ଡଗ୍‌ଆଉଟରେ ବସିଥିଲେ। ତେବେ ଅତିରିକ୍ତ ସମୟରେ ଲଉଟାରୋ ମାର୍ଟିନେଜ୍‌ ସ୍କୋର କରିବା ପରେ ଡଗ୍‌ଆଉଟରେ ବସିଥିବା ମେସିଙ୍କୁ ଆଲିଙ୍ଗନ କରିଥିଲେ। ଆର୍ଜେଣ୍ଟିନା ପାଇଁ ଶେଷ ମ୍ୟାଚ୍‌ ଖେଳୁଥିବା ଆଞ୍ଜେଲ ଡି ମାରିଆ, ନିକୋଲାସ ଓଟ୍ଟାମୋଣ୍ଡି ଭାବିହ୍ବଳ ହୋଇ ପଡିଥିଲେ।

Share