Categories: ଖେଳ

ଏମ୍‌ଏଲ୍‌ଏସ୍‌ର ମହଙ୍ଗା ଖେଳାଳି ମେସି

ନୂଆଦିଲ୍ଲୀ, ୬ା୭: ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ ମେସି ନିକଟରେ ମେଜର ଲିଗ୍‌ ସକର (ଏମ୍‌ଏଲ୍‌ଏସ୍‌) ଦଳ ଇଣ୍ଟର ମାୟାମିରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ଭାବରେ ମେସିଙ୍କ ବେତନ ସମ୍ପର୍କରେ କୌଣସି ସୂଚନା ନ ଥିବା ବେଳେ ସେ ବାର୍ଷିକ ୫୦-୬୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୯୪ କୋଟି ଟଙ୍କା ଆୟ କରିବେ। ମେସି ବର୍ତ୍ତମାନ ଏହି ଲିଗ୍‌ର ସବୁଠାରୁ ମହଙ୍ଗା ଖେଳାଳି ପାଲଟି ଯାଇଛନ୍ତି। ଏହା ଏମ୍‌ଏଲ୍‌ଏସ୍‌ ଇତିହାସର ସବୁଠାରୁ ବଡ ଡିଲ୍‌। ପୂର୍ବରୁ ଏହି ଲିଗ୍‌ରେ ଜେର୍ଦାନ ସାକିରି ୮୧ ଲକ୍ଷ ୫୩ ହଜାର ଡଲାରର ବେତନ ପାଉଥିଲେ। ବେତନ ବ୍ୟତୀତ ମେସିଙ୍କୁ କ୍ଲବ ପକ୍ଷରୁ ବ୍ରଡ୍‌କାଷ୍ଟିଙ୍ଗ ଲାଭର ଅଂଶବିଶେଷ ମଧ୍ୟ ପ୍ରଦାନ କରିବ ଇଣ୍ଟର ମାୟାମି। ଏହା ସହିତ କ୍ଲବ୍‌ର କିଟ୍‌ ସେଲ୍ସ ପାର୍ଟନର ରହିଛି ଆଡିଡାସ। ଏଥିରୁ ମଧ୍ୟ ମେସିଙ୍କୁ ଲାଭାଂଶ ମିଳିବ। ଏପରି କି ଅବସର ପରେ କ୍ଲବରେ ମେସିଙ୍କୁ ମାଲିକାନାସ୍ବତ୍ୱ ମଧ୍ୟ ପ୍ରଦାନ କରାଯିବ।

Share