Advertisement
Categories: ଖେଳ

ମେସି କଲେ ବଡ଼ ଘୋଷଣା

ଦୋହା,୧୯।୧୨: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ନିଜ ଜୀବନର ସ୍ବପ୍ନକୁ ପୂରଣ କରିଚନ୍ତି। ସେ ଦେଶକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହି ବିଜୟ ପରେ ସେ ନିଜ ଦେଶ ପାଇଁ ଖେଳିବା ଜାରି ରଖିବାକୁ ଶପଥ ନେଇଛନ୍ତି। ମେସି କହିଛନ୍ତି, ମୁଁ ଏହି ଟ୍ରଫିକୁ ଆର୍ଜେଣ୍ଟିନାକୁ ନେଇ ଅନ୍ୟମାନଙ୍କ ସହ ଉପଭୋଗ କରିବାକୁ ଚାହୁଁଛି। ମୁଁ ଏବେ ବିଶ୍ୱ ଚାମ୍ପିଅନ ଭାବରେ ଖେଳିବାକୁ ଚାହୁଁଛି। ମେସିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ରବିବାର ହାଇଭୋଲଟେଜ ଫାଇନାଲରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି।
ଫାଇନାଲ ପୂର୍ବରୁ କୁହାଯାଇଥିଲା ଯେ, ୩୫ ବର୍ଷୀୟ ମେସି ତାଙ୍କର ୧୭୨ ତମ ତଥା ଶେଷ ବିଶ୍ୱକପ ମ୍ୟାଚ ଖେଳିବେ। ୨୦୨୨ ବିଶ୍ୱକପ ଫାଇନାଲ ତାଙ୍କର ଶେଷ ମ୍ୟାଚ ହେବ ବୋଲି ମେସି ମଧ୍ୟ କହିଥିଲେ। ସେ କହିଥିଲେ, ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ମୁଁ ଏହା ହାସଲ କରିଛି ଏବଂ ଫାଇନାଲ ଖେଳି ମୋର ବିଶ୍ୱକପ ଯାତ୍ରା ଶେଷ କରିବି।
କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଫଳରେ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ୧୯୭୮ ଏବଂ ୧୯୮୬ ପରେ ତୃତୀୟ ଥର ପାଇଁ ଟାଇଟଲ ଜିତିଛି ଆର୍ଜେଣ୍ଟିନା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel