Categories: ଖେଳ

ଦ୍ୱିତୀୟଥର ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୨୮।୨: ଆର୍ଜେଣ୍ଟିନାର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଫୁଟବଲର୍‌ ଲିଓନେଲ ମେସି ପୁଣି ଥରେ ଫିଫା ୨୦୨୨ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଛନ୍ତି। ନିକଟରେ ଖେଳାଯାଇଥିବା ଫିଫା ବିଶ୍ୱକପରେ ମେସି ଆର୍ଜେଣ୍ଟିନାକୁ ଟାଇଟଲ ଦେଇଥିଲେ। ତାଙ୍କ ପ୍ରଦର୍ଶନ ସହିତ ବିଶ୍ୱକପ୍‌ରେ ସମସ୍ତଙ୍କ ହୃଦୟ ଜିତିଥିବା ମେସି ତାଙ୍କ ନାମରେ ଏହି ପୁରସ୍କାର ଜିତିଥିଲେ। ଏହା ବ୍ୟତୀତ ବିଶ୍ୱକପ ବିଜେତା ଦଳର କୋଚ ଲିଓନେଲ ସ୍କୋଲୋନି ଶ୍ରେଷ୍ଠ କୋଚ ପୁରସ୍କାର ଗ୍ରହଣ କରିଥିଲେ।
ମେସି ଦୁଇଥର ୨୦୧୬ରେ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ଏପର୍ଯ୍ୟନ୍ତ ମେସି ୨ଥର ଜିତିଛନ୍ତି। ଏହା ବ୍ୟତୀତ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ରୋବର୍ଟ ଲେୱାଣ୍ଡୋସ୍କି ମଧ୍ୟ ଏହି ପୁରସ୍କାରକୁ ୨-୨ ଥର ଜିତିଛନ୍ତି। ଏଥି ସହିତ ଲୁକା ମାଡ୍ରିକ ମଧ୍ୟ ଥରେ ଏହି ପୁରସ୍କାର ଜିତିଛନ୍ତି। ଏଥର ମେସି ଫ୍ରାନ୍ସର କିଲିଆନ ଏମ୍ବାପେ ଏବଂ କରିମ ବେଞ୍ଜେମାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି। ପୁରସ୍କାର ଜିତିବା ପରେ ମେସି ସୋସିଆଲ ମିଡିଆ ମାଧ୍ୟମରେ ପୁରସ୍କାରର ଫଟୋ ଶେୟାର କରି ପ୍ରଶଂସକ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share