Categories: ଖେଳ

ଅଷ୍ଟମଥର ପାଇଁ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୩୧।୧୦: ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ପୁଣି ଥରେ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ପାଇଛନ୍ତି। ଅଷ୍ଟମ ଥର ପାଇଁ ମେସିଙ୍କୁ ବାଲନ ଡି’ଅର୍‌ ପୁରସ୍କାର ପ୍ରଦାନ କରାଯାଇଛି। ମେସି ପ୍ରଥମ ଏସ୍‌ଏଲ୍‌ଏସ୍‌ ଖେଳାଳି ଭାବରେ ବାଲନ ଡି’ଅର୍‌ ପୁରସ୍କାର ଜିତିଥିଲେ। ଇଣ୍ଟର ମିଆମି ମାଲିକ ତଥା ଫୁଟବଲ କିମ୍ବଦନ୍ତୀ ଡେଭିଡ ବେକହମ ମେସିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଲିଓନେଲ ମେସି ପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫, ୨୦୧୯ ଏବଂ ୨୦୨୧ରେ ବାଲନ ଡି’ଅର୍‌ ପୁରସ୍କାର ଜିତିଛନ୍ତି।
ଫୁଟବଲର ବାଲନ ଡି’ଅର୍‌ ହେଉଛି ସବୁଠାରୁ ସମ୍ମାନଜନକ ପୁରସ୍କାର, ଯାହା ଏକ ବ୍ୟକ୍ତିଗତ ଖେଳାଳିଙ୍କୁ ଦିଆଯାଇଥିବା ସମ୍ମାନ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଏହା ପ୍ରତିବର୍ଷ ଫୁଟବଲ କ୍ଲବ ଏବଂ ଜାତୀୟ ଦଳର ଖେଳାଳିଙ୍କୁ ଦିଆଯାଏ। ୧୯୫୬ ପରଠାରୁ ପ୍ରତିବର୍ଷ ପୁରୁଷମାନେ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୁଅନ୍ତି। ଶ୍ରେଷ୍ଠ ମହିଳା ଖେଳାଳିଙ୍କୁ ବାଲନ ଡି’ଅର୍‌ ଦେବାର ପରମ୍ପରା ୨୦୧୮ରୁ ଆରମ୍ଭ ହୋଇଛି। ୨୦୨୦ରେ କୋଭିଡ ମହାମାରୀ ହେତୁ ଏହି ପୁରସ୍କାର ପ୍ରଦାନ କରାଯାଇ ନ ଥିଲା।

Share