କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବ୍ରାଜିଲରେ ଜଣେ ବ୍ୟକ୍ତି ତିନି ବର୍ଷ ଧରି ଗୃହହୀନ ହୋଇ ଘୁରି ବୁଲୁଥିଲେ। ପରେ ତାଙ୍କ ଜୀବନ ବଦଳିଗଲା। ବ୍ୟକ୍ତିଜଣଙ୍କ ସେଲୁନ୍‌କୁ ଯାଇ କେଶ କାଟିଥିଲେ। ସେଲୁନ୍‌ର କର୍ମଚାରୀ ଇନଷ୍ଟାଗ୍ରାମରେ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଲା। ପରେ ବ୍ୟକ୍ତି ତାଙ୍କ ପରିବାରରକୁ ଭେଟି ପାରିଥିଲେ।

୪୫ ବର୍ଷୀୟ ଜୋଓ କୋଏଲହୋ ଗୁଇମାରେସ ବ୍ରାଜିଲର ଗୋୟାନିଆ ସହରରେ ୩ ବର୍ଷ ଧରି ବୁଲୁଥିଲେ। ହେଲେ ପରିବାର ଲୋକେ ତାଙ୍କର ମୃତ୍ୟୁ ହୋଇଛି ଭାବିଥିଲେ। ହେଲେ ଜୋଓଙ୍କ ଫଟୋ ସୋସିଆଲ ମିଡିଆରେ ଦେଖି ହଜିଲା ପୁଅକୁ ମା’ଫେରି ପାଇଥିଲେ ।

ସେଲୁନ୍‌ ମାଲିକ କହିଛନ୍ତି, ପ୍ରାୟତଃ ବ୍ୟକ୍ତି ଜଣକ ସେଠାରେ ପାଗଳ ପ୍ରାୟ ହୋଇ ବୁଲାବୁଲି କରୁଥିଲେ। ଦିନେ ସେ ଏହି ସେଲୁନ୍‌ ଭିତରକୁ ଆସିଥିଲେ। ଦୋକାନରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଭୋକିଲା ଅଛନ୍ତି କି ବୋଲି ପଚାରିଥିଲେ। କିନ୍ତୁ ସେ ମନା କରିଥିଲେ। ପରେ କହିଥିଲେ ‘ରେଜର ଅଛି ଦାଢ଼ି କାଟି ପାରିବି? ପରେ ତାଙ୍କର ସ୍ବତନ୍ତ୍ର ପରିବର୍ତ୍ତନ କରାଯିବା ଉଚିତ୍‌। ଖ୍ରୀଷ୍ଟମାସ ସମୟରେ ଏହି ପରିବର୍ତ୍ତନକୁ ଆମେ ଅନ୍ୟଙ୍କୁ ଜଣାଇବାକୁ ଚାହିଁଲୁ। ହେଲେ ଏହି ଟିକିଏ ପରିବର୍ତ୍ତନ ଜଣଙ୍କ ଜୀବନ ପରିବର୍ତ୍ତନ କରିଦେବ ଜାଣି ନଥିଲୁ।
ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ତାଙ୍କ ମା ଏବଂ ଝିଅ ତାଙ୍କୁ ପାଇଥିଲେ। ତାଙ୍କ ମା’ ଗତ ଦଶନ୍ଧି ଧରି ଅନୁମାନ କରୁଥିଲେ ଯେ, ପୁଅଙ୍କ ମୃତ୍ୟୁ ହୋଇଛି। ଫଟୋ ଦେଖିବା ପରେ ସେ ଆମ ସହ ଯୋଗାଯୋଗ କରିଥିଲେ କାରଣ କୋଲହୋଙ୍କର ଫୋନ ନମ୍ବର କିମ୍ବା ସ୍ଥାୟୀ ଠିକଣା ନଥିଲା। ଏହା ପରେ ପାରିବାରିକ ମିଳନ ହୋଇଥିଲା। ତଥାପି କୋଲହୋଙ୍କର ଘରକୁ ଫେରିନାହାଁନ୍ତି । କାରଣ ସେ ମୁକ୍ତ ହୋଇ ନିଜ ଜୀବନ ବିତାଇବାକୁ ଚାହାନ୍ତି।

Share