ଯୁଦ୍ଧ ଲାଗି ବୈଷୟିକ କ୍ଷେତ୍ରରେ ପ୍ରଭାବ: ଓ୍ବେବ ଶିଖର ସମ୍ମିଳନୀରେ ଯୋଗଦେବେନି ଗୁଗଲ-ମେଟା

ଓ୍ବାଶିଂଟନ୍‌,୨୧।୧୦: ଓ୍ବେବ ଶିଖର ସମ୍ମିଳନୀ ଟେକ୍ନୋଲଜି ସେକ୍ଟରରେ ଏକ ବାର୍ଷିକ ଇଭେଣ୍ଟ ଅଟେ। ଯେଉଁଥିରେ ସାରା ବିଶ୍ୱର ବୈଷୟିକ ଉଦ୍ୟୋଗର ନିଗ୍‌ଗଜ କମ୍ପାନୀଗୁଡିକ ଭାଗନେଇଥାନ୍ତି। ସବୁ କମ୍ପାନୀକୁ ଗୋଟିଏ ସ୍ଥାନରେ ଏକାଠି ଆଣିବା ପାଇଁ ଏହି ସମ୍ମିଳନୀ ସାହାର୍ଯ୍ୟ କରିଥାଏ। ତେବେ ଚଳିତ ବର୍ଷର ଶିଖର ସମ୍ମିଳନୀ ଲିସବନରେ ନଭେମ୍ବର ୧୩ରୁ ୧୬ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିରେ ଗୁଗଲ-ମେଟା ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଗୁଗଲ-ମେଟା ଯୋଗ ନ ଦେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ଶିଖର ସମ୍ମିଳନୀର ଆୟୋଜକଙ୍କ ମନ୍ତବ୍ୟ ଯୋଗୁଁ ମେଟା ଏବଂ ଗୁଗୁଲ ଏହି ସମ୍ମିଳନୀରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ହମାସ ଆକ୍ରମଣ ପରେ ଇସ୍ରାଏଲର ପାଲଟା କାର୍ଯ୍ୟକଳାପକୁ ନେଇ ଆୟୋଜକ ପ୍ରଶ୍ନ ଉଠାଇଛନ୍ତି। ଯାହାଲାଗି ଏହି ଦୁଇଟି ଲୋକପ୍ରିୟ କମ୍ପାନୀ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଚଳିତ ବର୍ଷର ଇଭେଣ୍ଟରେ ମେଟା-ଗୁଗଲ ଅଂଶଗ୍ରହଣ କରିବେ ନାହିଁ ବୋଲି ମେଟା-ଗୁଗଲ ମୁଖପାତ୍ର କହିଛନ୍ତି।

Share