ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ) ଭାବେ ମଧ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସଫଳତାର ସଫଳ କାହାଣୀକୁ ସମସ୍ତଙ୍କ ସହ ଶେୟାର କରିବା ପାଇଁ ମେଟା ପକ୍ଷରୁ ନିକଟରେ ସ୍ଥାନୀୟ ପାତ୍ରପଡାଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର କ୍ରିଏଟରମାନେ ରିଲ୍ସର ଗ୍ଲୋବାଲ ଭୂମିକାକୁ ପାଳନ କରିବା ଉଦ୍ଦେଶ୍ୟରେ ସେଠାରେ ଏକତ୍ର ହୋଇଥିଲେ। ଏପରିକି ଉକ୍ତ ସମାରୋହରେ ସବୁ ବର୍ଗର କ୍ରିଏଟରମାନେ ଯୋଗ ଦେଇଥିଲେ। ସେହିଭଳି ଇନଷ୍ଟାଗ୍ରାମ ଓ ଫେସବୁକର ରିଲ୍ସ ହେଉଛି ଏକ ବିଶ୍ୱସ୍ତରୀୟ ପର୍ଯ୍ୟାୟ ଓ ମେଟାର ପ୍ଲାଟଫର୍ମରେ ଲୋକ ଓ ବ୍ୟବସାୟ ପାଇଁ ସର୍ବୋତ୍ତମ ସ୍ଥାନ ହାସଲ କରିଛି। ଓଡ଼ିଶାର ବିଭିନ୍ନ ବିଷୟ ବସ୍ତୁକୁ କ୍ରିଏଟରମାନେ ରିଲ୍‌ସରେ ସୁନ୍ଦର ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏପରିକି ଟ୍ରେଣ୍ଡ ସୃଷ୍ଟି ସହ ଇନଷ୍ଟାଗ୍ରାମ ତଥା ଫେସବୁକରେ ଏକ ସ୍ଥାନୀୟ ତଥା ରାଷ୍ଟ୍ରୀୟ ଗୋଷ୍ଠୀ ମଧ୍ୟ ଗଠନ କରୁଛନ୍ତି। ଏ ସମ୍ପର୍କରେ ଫେସବୁକ ଇଣ୍ଡିଆ(ମେଟା)ର ମୁଖ୍ୟ-କ୍ରିଏଟର ପାର୍ଟନରଶିପ ଅଙ୍କୁର ବୈଶ କହିଛନ୍ତି, ଆଜି ରିଲ୍ସ ହେଉଛି ଏକ ଗ୍ଲୋବାଲ ପ୍ଲାଟଫର୍ମ, ଯେଉଁଥିରେ ଓଡ଼ିଶାର କ୍ରିଏଟରମାନେ ସେମାନଙ୍କ ସୃଜନଶୀଳତାର ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସମାରୋହ ଜରିଆରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରିବା ଓ ପରସ୍ପର ସହ ସହଯୋଗିତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆମେ ମଧ୍ୟ ଆଶା କରୁ ଯେ ଏହି ପ୍ଲାଟଫର୍ମ ନେଟୱର୍କିଂ ଅଧିକ ସଦୃଢ ହୋଇ ପ୍ରତିଷ୍ଠିତ ତଥା ଉଦୀୟମାନ କ୍ରିଏଟରଙ୍କ ପ୍ରତିଭାକୁ ଦ୍ୱିଗୁଣିତ କରିବ ବୋଲି ବୈଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri