Advertisement

୧୮ ବର୍ଷରେ ପ୍ରଥମ: ୧୧,୦୦୦ କର୍ମଚାରୀଙ୍କ ଛଟେଇ କରିବ ଫେସବୁକ୍‌

ନୂଆଦିଲ୍ଲୀ,୯।୧୧: ଟୁଇଟର ପରେ ଫେସବୁକ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ(ମେଟା) ବୁଧବାର ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଞ୍ଜୁରି ଦେଇଛି। ଏନେଇ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ନିଜେ ଏହି ସୂଚନା ଦେଇଛନ୍ତି। ଏହି ଛଟେଇ ଫେସବୁକ୍‌ରେ କାମ କରୁଥିବା କର୍ମଚାରୀଙ୍କର ପ୍ରାୟ ୧୩ ପ୍ରତିଶତ ହେବ।

ଜୁକରବର୍ଗ ଏକ ବ୍ଲଗରେ କହିଛନ୍ତି, ଆଜି ମେଟାର ଇତିହାସରେ କରାଯାଇଥିବା କିଛି ସବୁଠାରୁ କଠିନ ନିଷ୍ପତ୍ତି ବିଷୟରେ କହିବାକୁ ଯାଉଛି। ଆମେ ଆମ ଟିମ୍‌ର ୧୩% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ୧୧୦୦୦ରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କ ଚାକିରି ଯିବ। ବର୍ତ୍ତମାନ ମେଟାରେ ପ୍ରାୟ ୮୭,୦୦୦ କର୍ମଚାରୀ ରହିଛନ୍ତି। ଛଟେଇ ହୋଇଥିବା ୧୧୦୦୦ କର୍ମଚାରୀଙ୍କ ମଧ୍ୟରେ ଫେସବୁକ୍‌ ବ୍ୟତିତ ହ୍ବାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମର କର୍ମଚାରୀ ଅଛନ୍ତି।

କହିରଖୁଛୁ ଯେ, ୨୦୦୪ରେ ଫେସବୁକ୍‌ ଆରମ୍ଭ ହୋଇଥିଲା। ଏହାର ନାମ ବଦଳାଇ ମେଟା ରଖାଯାଇଥିଲା। ୧୮ ବର୍ଷରେ ପ୍ରଥମ ଥର ଲାଗି ଫେସବୁକ୍‌ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share