Categories: ବାଣିଜ୍ୟ

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ କରୁଛି ବୋଲି ଜଣାପଡିଛି। କମ୍ପନିର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଏହାର କିଛି ଦଳ ସେମାନଙ୍କର ଦୀର୍ଘମିଆଦୀ ରଣନୀତିକ ଲକ୍ଷ୍ୟ ଏବଂ ଲୋକେସନ ଷ୍ଟ୍ରାଟେଜି ସହିତ ସମାନ ହେବା ପାଇଁ ପରିବର୍ତ୍ତନ କରୁଛନ୍ତି।

ମୁଖପାତ୍ର କହିଛନ୍ତି, “ଏହି ପ୍ରକ୍ରିୟାରେ କେତେକ ଟିମ୍‌କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏବଂ କିଛି କର୍ମଚାରୀଙ୍କୁ ଅନ୍ୟାନ୍ୟ କିଛି ଭୂମିକାରେ ସାମିଲ କରାଯିବ। ଏହି ପରି ପରିସ୍ଥିତିରେ ଯେତେବେଳେ ଏକ କାର୍ଯ୍ୟ ସରିଯାଏ, ଆମେ ପ୍ରଭାବିତ କର୍ମଚାରୀଙ୍କ ପାଇଁ ଅନ୍ୟ ସୁଯୋଗ ଖୋଜିବା ପାଇଁ କଠିନ ପରିଶ୍ରମ କରିଥାଉ।”

ତେବେ ରିପୋର୍ଟ ଅନୁଯାୟୀ, ଏହି ଛଟେଇ ପ୍ରକ୍ରିୟାରେ ପ୍ରକୃତ ସଂଖ୍ୟା ଜଣାପଡି ନାହିଁ କିନ୍ତୁ ଛୋଟ ପ୍ରକ୍ରିୟା ବୋଲି କୁହାଯାଉଛି। ଏହି ସଂଖ୍ୟା ଉପରେ ମେଟା ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସିଇଓ ମାର୍କ ଜୁକରବର୍ଗଙ୍କ ୨୦୨୩ କୁ “ଦକ୍ଷତାର ବର୍ଷ” ବୋଲି କହିବା ସହିତ ନଭେମ୍ବର ୨୦୨୨ ଠାରୁ ମେଟା ପ୍ରାୟ ୨୧,୦୦୦ ଚାକିରି ହ୍ରାସ କରିଛି। ଏହି ବର୍ଷ ମେଟା ସେୟାରଗୁଡିକ ୬୦% ରୁ ଅଧିକ ବୃଦ୍ଧି ପାଇଛି।

ଏହାର ସଦ୍ୟତମ ଦ୍ୱିତୀୟ ତ୍ରୈମାସିକ ଫଳାଫଳରେ, ମେଟା ସମସ୍ତ ବଜାର ଆକଳନକୁ ପଛରେ ପକାଇ ଏକ ଅଶ୍ୱଜନକ ବିକ୍ରୟ ପୂର୍ବାନୁମାନ ଜାରି କରିଛି ଏବଂ ଏହା ସଙ୍କେତ ଦେଇଛି ଯେ ଏହାର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦୃଢ ଡିଜିଟାଲ୍ ବିଜ୍ଞାପନ ଖର୍ଚ୍ଚ ଏହାର ଆର୍ଟିଫିସିଆଲ-ଇଣ୍ଟେଲିଜେନ୍ସି ବିନିଯୋଗର ଖର୍ଚ୍ଚ ବହନ କରିପାରିବ।

Share