Categories: ବାଣିଜ୍ୟ

ଟୁଇଟର୍‌କୁ ଟକ୍କର ଦେବ ଥ୍ରେଡ୍‌ସ ଆପ୍‌

ଟୁଇଟର୍‌କୁ ଟକ୍କର ଦେବାକୁ ଆସୁଛି ଥ୍ରେଡ୍‌ସ ଆପ୍‌। ଫେସବୁକ ଏବଂ ଇନଷ୍ଟାଗ୍ରାମ ମାଲିକାନା ମେଟା ଟୁଇଟର୍‌ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥ୍ରେଡ୍‌ସ ଆପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହାର ଶୁଭାରମ୍ଭ ଜୁଲାଇ ୬ରେ ହେବାକୁ ଯାଉଛି। ପ୍ରଥମେ ଏହାକୁ ଆଇଫୋନରେ ଲଞ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି।
ଏଲନ ମସ୍କ ଟୁଇଟର୍‌ କିଣିବା ପରେ, ସାଧାରଣ ୟୁଜର୍ସଙ୍କ ପାଇଁ ଟୁଇଟର୍‌ ମହଙ୍ଗା ହୋଇଥିଲା। କାରଣ ଟୁଇଟର୍‌ ବ୍ଲୁଟିକ୍‌ ପାଇଁ ପ୍ରତି ମାସରେ ପ୍ରାୟ ୬୫୦ ଟଙ୍କା ଦେବାକୁ ପଡିବ ବୋଲି ଘୋଷଣା କରିଥିଲା। କମ୍ପାନୀ ଅନେକ ବୈଶିଷ୍ଟ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ବର୍ତ୍ତମାନ ଥ୍ରେଡ୍‌ସ ଆପ ଲଞ୍ଚ ପରେ ଟୁଇଟର୍‌ର ଦାଦାଗିରି ଶେଷ ହୋଇପାରେ।

Share