Categories: ବାଣିଜ୍ୟ

ମେଟା ସବ୍‌ସ୍କ୍ରିପ୍‌ଶନ ୬୯୯ ଟଙ୍କା

ନୂଆଦିଲ୍ଲୀ,୮ା୬: ସୋସିଆଲ ମିଡିଆ ଜାଏଣ୍ଟ ମେଟା ନିଜ ମାଲିକାନାରେ ଥିବା ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ ମୋବାଇଲ୍‌ ଆପ୍ଲିକଶେନ୍‌ ପାଇଁ ୬୯୯ ଟଙ୍କାରେ ମାସିକିଆ ସବ୍‌ସ୍କ୍ରିପ୍‌ଶନ୍‌ ପ୍ଲାନ୍‌ ଆଣିଛି। ଆସନ୍ତା ମାସରୁ ଏହାର ଓ୍ବେବ୍‌ ଭର୍ସନରେ ଭେରିଫାଏଡ୍‌ ସର୍ଭିସ୍‌ ପାଇଁ ୫୯୯ ଟଙ୍କା ପଇଠ କରିବାକୁ ପଡ଼ିବ। ଭାରତରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟା ୟୁଜର୍ସ ସରକାରୀ ପରିଚୟପତ୍ର ଜରିଆରେ ଭେରିଫାଏଡ୍‌ ଆକାଉଣ୍ଟ ହାସଲ କରିପାରିବେ। ଏହାଦ୍ୱାରା ଆକାଉଣ୍ଟ ଜାଲିଆତିକୁ ରୋକାଯାଇପାରିବ ବୋଲି ମେଟା ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି।

 

Share